ଜାତୀୟରାଜ୍ୟ

ଦାନ୍ତେୱାଡ଼ା ଜିଲାରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ; ୨ ମାଓବାଦୀ ନିହତ

ଆଓରି-ଭୁବନେଶ୍ଵର(୧୪/୦୯) : ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। କିରନ୍ଦୁଲ ଥାନା ଅନ୍ତର୍ଗତ କୁଟ୍ରେମ ଗାଁ ନିକଟ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ତେବେ ରାତିର ସୁଯୋଗ ନେଇ ଅନେକ ମାଓବାଦୀ ଲୁଚି ପଳାଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି।

ନିହତ ହୋଇଥିବା ୨ ମାଓବାଦୀ ହେଉଛନ୍ତି ମଲଙ୍ଗୀର ଅଞ୍ଚଳର ଲଚ୍ଛୁ ମଣ୍ଡାୱୀ ଏବଂ ପୋଦିୟା। ଏହି ଦୁଇ ମାଓବାଦୀ ଛତିଶଗଡ଼ ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲାବେଳେ ସେମାନଙ୍କ ନାମରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଉଭୟଙ୍କ ମୁଣ୍ଡ ପାଇଁ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏନକାଉଣ୍ଟର ସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେଥିରୁ ଏକ ୯ ଏମଏମ ମେଡ୍‌ ଇନ୍‌ ଇଟାଲୀ ବନ୍ଧୁକ ଏବଂ ୧୨ ବୋର୍‌ ରାଇଫଲ ରହିଛି। ଆସନ୍ତା ୨୩ ତାରିଖରେ ଦାନ୍ତେୱାଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, ମାଓବାଦୀମାନେ କିଛିଦିନ ତଳେ ସ୍ଥାନୀୟ ବିଜେପି ବିଧାୟକ ଭୀମା ମଣ୍ଡାବୀଙ୍କୁ ହତ୍ୟା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button