ରାଜନୀତି

ୟେଦ୍ୟୁରପ୍ପାଙ୍କ ପାଇଁ ଅଗ୍ନି ପରୀକ୍ଷା, କେଉଁଠୁ ଆସିବେ ଆଉ ୮ ବିଧାୟକ

ଆ.ଓ.ରି(ତା୧୭|୫)-ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଗୁରୁବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦ୍ୟୁରପ୍ପା। ଏହି ଖୁସିରେ ବିଜେପି କର୍ମୀମାନେ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ଆଗକୁ ୟେଦ୍ୟୁରପ୍ପାଙ୍କ ପାଇଁ ଗାଦି ବଞ୍ଚାଇବା ସହଜ ମନେ ହେଉ ନାହିଁ।  କାରଣ ସରକାର ଗଢ଼ିବାକୁ ହେଲେ ତାଙ୍କୁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।ବିଧାନସଭାରେ ସିନା ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ଦିନ ସମୟ ଦେଇଛନ୍ତି, ହେଲେ ଆସନ୍ତାକାଲି କିନ୍ତୁ ତାଙ୍କ ପାଇଁ ରହିଛି ଆଉ ଏକ ଅଗ୍ନି ପରୀକ୍ଷା। କାରଣ କାଲି ସୁପ୍ରିମକୋର୍ଟରେ ଦାଖଲ କରିବାକୁ ହେବ ସମର୍ଥନ ଦେଇଥିବା ବିଧାୟକଙ୍କ ତାଲିକା।କର୍ଣ୍ଣାଟକ ଫଳାଫଳ ଅନୁସାରେ ନିର୍ବାଚନ ହୋଇଥିବା ୨୨୨ଟି ଆସନରୁ ଏକକ ବୃହତ ଦଳ ଭାବେ ବିଜେପି ପାଇଛି ୧୦୪ଟି ଆସନ। ଯାହାକି ମ୍ୟାଜିକ୍ ନମ୍ବରଠାରୁ ୮ କମ୍।  ସେହିପରି କଂଗ୍ରେସ ୭୮ ଓ ଜେଡିଏସ୍‌କୁ ମିଳିଛି ୩୭ଟି ଆସନ। ବିଏସ୍‌ପି ଗୋଟିଏ ଓ ଅନ୍ୟାନ୍ୟ ପାଇଛନ୍ତି ୨ଟି ସିଟ୍। ଫଳାଫଳ ଆସିବା ପରେ କଂଗ୍ରେସ-ଜେଡିଏସ୍ ହାତ ମିଳାଇଥିବାରୁ ୟେଦ୍ୟୁରପ୍ପାଙ୍କ ପାଇଁ ସୃଷ୍ଟି ହୋଇଛି ଭୀଷଣ ଅଡୁଆ ପରିସ୍ଥିତି। ଆଉ ୮ ବିଧାୟକଙ୍କ ସଂଖ୍ୟା ବିଜେପି କେମିତି ଯୋଗାଡ଼ କରିବେ ତାକୁ ନେଇ ଚାଲିଛି ଘଡିକୁ ଘଡ଼ି କସରତ।ଅନ୍ୟପଟେ ୟେଦ୍ୟୁରପ୍ପାଙ୍କ ଶପଥକୁ ବିରୋଧ କରି ଆଜି ପ୍ରତିବାଦକୁ ଓହ୍ଲାଇଥିଲା କଂଗ୍ରେସ। ଏଥିପାଇଁ ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଧ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଏହି ଘମାସାନ୍‌ ଭିତରେ ଦଳର ୨ ବିଧାୟକ ହଠାତ୍‌ ଗାଏବ ହୋଇଯାଇଛନ୍ତି।କର୍ଣ୍ଣାଟକ ରାଜନୀତିକୁ ନେଇ ଗତକାଲି ସାରା ରାତି ଚାଲିଥିଲା ହାଇ ଡ୍ରାମା। ସରକାର ଗଠନ ଲାଗି ୟେଦ୍ୟୁରପାଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ରାତି ଅଧରେ ସୁପ୍ରିମକୋର୍ଟ ଯାଇଥିଲେ କଂଗ୍ରେସ ଓ ଜେଡିଏସ୍‌। ରାତି ୨ଟାରୁ ଆରମ୍ଭ ହୋଇଥିଲା ଶୁଣାଣି। ଭୋର୍ ସାଢ଼େ ୫ଟା ଯାଏଁ ଶୁଣାଣି ପରେ ଶେଷରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ସର୍ବୋଚ୍ଚ କୋର୍ଟ।

Related Articles

Leave a Reply

Your email address will not be published. Required fields are marked *

Back to top button