ବସ୍କୁ ପଛରୁ ପିଟିଲା ବସ୍: ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ
1 min read
ଆ.ଓ.ରି(ତା୧୯|୫)-ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ। ଏକ ବଡ଼ ଧରଣର ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ଥାନା କଟୁମୁଣ୍ଡା ଛକରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ଏହି ଦୁର୍ଘଟଣା ଘଟିଥିଲା।
ଗୋଟିଏ ବସ୍କୁ ଆଉ ଏକ ବସ୍ ପଛରୁ ପିଟିବା ଫଳରେ ଗୋଟିଏ ବସ୍ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ। ତେବେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।