ମନୋରଞ୍ଜନ

ଏହି କାରଣ ପାଇଁ ‘ନଚ୍‌ ବଲିଏ-୯’ରୁ ବାଦ ପଡ଼ିପାରନ୍ତି ଫୈଜଲ ଖାନ୍‌

ଆଓରି-ମୁମ୍ବାଇ(୩୧/୦୮): ମହାରାଣା ପ୍ରତାପ ଧାରାବାହିକରୁ ଲୋକପ୍ରିୟ ହୋଇଥିବା ଅଭିନେତା ଫୈଜଲ ଖାନ୍‌ ଏବେ ‘ନଚ୍‌ ବଲିଏ-୯’ରେ ନିଜ ପ୍ରେମିକା ମୁସ୍କାନ କଟାରିୟାଙ୍କ ସହ ଭାଗ ନେଇଛନ୍ତି । ନିଜ ନୃତ୍ୟ ପ୍ରଦର୍ଶନ ଦ୍ୱାରା ସୋ’ର ଜଜ୍‌ଙ୍କୁ ଖୁସ୍‌ କରାଇ ପାରିଥିବା ଫୈଜଲ ଏବେ ଟପ୍‌ରେ ରହିଛନ୍ତି । କିନ୍ତୁ ତାଙ୍କ ସହ ଘଟିଥିବା ଘଟଣା ତାଙ୍କୁ ସୋ’ରୁ ବାହାର କରି ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଫୈଜଲଙ୍କ ଗୋଡ଼ରେ ଆଘାତ ଲାଗିଛି । ‘ଚନ୍ଦ୍ରଗୁପ୍ତ ମୋର୍ଯ୍ୟ’ ପାଇଁ ସୁଟିଂ କରୁଥିବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାଦ୍ୱାରା ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଏବେ ତାଙ୍କ ଗୋଡ଼ର ସର୍ଜରୀ କରାଯାଇଥିବା ବେଳେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ କୌଣସି କାମ କରି ପାରିବେ ନାହିଁ ବୋଲି କହିଛନ୍ତି ଡାକ୍ତର । ଏହା ସହ ୬-୮ସପ୍ତାହ ପର୍ଯ୍ୟନ୍ତ ସେ ନୃତ୍ୟ ମଧ୍ୟ କରିପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି । ଫୈଜଲ ଏ ପର୍ଯ୍ୟନ୍ତ ‘ନଚ୍‌ ବଲିଏ-୯’ ଛାଡ଼ିବା ନେଇ କିଛି କହି ନ ଥିଲେ ମଧ୍ୟ ତାଙ୍କ ଅବସ୍ଥା ଦେଖି ସେ ସୋ’ରେ ରହିବେ ନା ନାହିଁ, ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button