ଆନ୍ତର୍ଜାତୀୟ

ଇଣ୍ଡୋନେସିଆରେ ସୁନାମି ; ମୃତ୍ୟୁ ସଂଖ୍ୟା ୧୬୮ରେ ପହଞ୍ଚିଲା

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୩/୧୨) : ଶନିବାର ଦିନ ଇଣ୍ଡୋନେସିଆରେ ସୁନାମି ଆସିବାରୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଏଯାବତ୍‌ ୧୬୮ରେ ପହଞ୍ଚିଛି। ଏଥିସହ ପ୍ରାୟ ୭୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିଂବଦନ୍ତୀ କ୍ରାକତୋଆର ‘ପିଲା’ ଭାବେ ଜଣା ଆଗ୍ନେୟଗିରି ଯୋଗୁଁ ଏହି ସୁନାମି ଆସିଥିବା ଅନୁମାନ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପାଣ୍ଡେଗଲଙ୍ଗ, ସେରାଙ୍ଗ ଏବଂ ଦକ୍ଷିଣ ଲମ୍ପୁଙ୍ଗ ସୁନାମୀ ତାଣ୍ଡବର ଶିକାର ହୋଇଛି । ଶନିବାର ରାତି ୯ଟା ୦୩ ସମୟରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଆସିଥିବା ଇଣ୍ଡୋନେସିଆ ନ୍ୟାସନାଲ ଡିଜାଷ୍ଟର ମିଟିଗେସନ ଏଜେନ୍‌ସି ଏହି ସୂଚନା ଦେଇଛି। ଏଥିରେ ୪୩୦ ଘର ଏବଂ ୯ଟି ହୋଟେଲ ବିପର୍ଯ୍ୟୟ ହୋଇଥିବା ସୂଚନା ରହିଛି । ଏହାପୂର୍ବରୁ ୧୯୮୩ ମସିହାରେ ଅନକ କ୍ରାକତୋଆରେ ଅନ୍ତିମ ଥର ପାଇଁ ଆଗ୍ନେୟଗିରୀ ଉଦଗୀରଣ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ ।

ଜାଭା ଓ ସୁମାତ୍ରା ମଧ୍ୟରେ ସୁଣ୍ଡା ଷ୍ଟେଟ୍‌ରେ ରହିଛି। ଏହା ଦୁଇ ସମୁଦ୍ରକୁ ଯୋଡିଥାଏ। ଅନକ କ୍ରାକତୋଆରେ ଉଦ୍ଗୀରଣ ପରେ ଜଳମଧ୍ୟରେ ଭୂସ୍ଖଳନ ହେବା ସହ ଅମାବାସ୍ୟା ଯୋଗୁଁ ଅସ୍ୱଭାବିକ ଢେଉ ପାଇଁ ସୁନାମୀ ହୋଇଥାଇ ପାରେ ବୋଲି ଆକଳନ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button