ଜାତୀୟ

ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆ.ଓ.ରି(୩୦|୫)-: ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।

ଏହାପରେ ପ୍ରଧାନମନ୍ତ୍ରୀଙ୍କ ମାଲେସିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜଧାନୀ କ୍ୱାଲାଲୁମ୍ପୁରରେ ନବ ନିର୍ବାଚିତ ରାଷ୍ଟ୍ରପତି ମହାଥିର ମହମ୍ମଦଙ୍କୁ ସେ ସାକ୍ଷାତ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଂଜିନିବେଶ ପ୍ରସଙ୍ଗ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button