ସ୍ୱାସ୍ଥ୍ୟ

ଅଁଳାର ଏହି ଉପଚାର କେଶ ସମସ୍ୟାରୁ ଦିଏ ମୁକ୍ତି

ଅଁଳା ଏକ ପ୍ରକାର ଔଷଧୀ। ଏଥିରେ ଭିଟାମିନ୍‍ ସି, କ୍ୟାଲ୍‍ସିୟମ୍‍, ଫସ୍‍ଫରସ୍‍, ଆଇରନ୍‍, କେରୋଟିନ୍‍, ଭିଟାମିନ୍‍ ବି, ଫାଇବର୍‍ ଓ କାର୍ବୋହାଇଡ୍ରେଟ୍‍ ଆଦି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହେବା ସହ ଏହା କେଶ ପାଇଁ ଏକ ମହୌଷଧି କହିଲେ ଅତ୍ୟୁକ୍ତି ହେବନାହିଁ। ସମୟ ପୁର୍ବରୁ କେଶ ଧଳା ହେବା ଓ କେଶ ଝଡ଼ିବା ବର୍ତ୍ତମାନ ସମୟର ଲୋକମାନଙ୍କର ଏକ ମୁଖ୍ୟ ସମସ୍ୟା। ତେବେ ଚାଲନ୍ତୁ ଜାଣିବା ଏହି ସବୁ କେଶ ସମସ୍ୟାକୁ କିପରି ଦୂର କରିଥାଏ ଅଁଳା –
୧. କେଶ ସମୟ ପୂର୍ବରୁ ଧଳା ହେବାକୁ ଲାଗିଲେ, ଅଁଳା ଓ ତୁଳସୀ ପତ୍ରକୁ ପେଷି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଗୋଟିଏ କପ୍‍ ପାଣିରେ ମିଶାଇ କେଶ ମୂଳରେ ଲଗାନ୍ତୁ ଓ ଶୁଖିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଖୁବ୍‍ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମଳିବ।
୨. କେଶ ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଶୁଖିଲା ଅଁଳାକୁ ସିଝାଇ ତା’ର ପେଷ୍ଟ ତିଆରି କରନ୍ତୁ। ସପ୍ତାହକୁ ଅତି କମ୍‍ରେ ଥରେ ଏହି ପେଷ୍ଟକୁ କେଶ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଳଗାନ୍ତୁ। ବହୁତ ଶୀଘ୍ର ପରିଣାମ ଜାଣିିପାରିବେ।
୩. କେଶରେ ଚମକ ଆଣିବା ପାଇଁ ଅଁଳା ରସକୁ କେଶରେ ଭଲ ଭାବେ ମାଲିସ୍‍ କରନ୍ତୁ। ଏକ ଘଣ୍ଟା ପରେ କେଶକୁ ତାଜା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶରେ ପ୍ରାକୃତିକ ଚମକ ଦେଖିବାକୁ ପାଇବେ।
୪. ଯଦି କେଶ ଅତ୍ୟନ୍ତ ଶୁଷ୍କ ଓ ପତଳା ହୋଇଯାଇଛି ତେବେ ସବୁବେଳେ କେଶ ଧୋଇବା ପୂର୍ବରୁ ଅଁଳା ତେଲକୁ ଭଲ ଭାବେ ମାଲିସ୍‍ କରିବା ଆବଶ୍ୟକ।
୫. ଅଁଳାର ତେଲ କେଶ ପାଇଁ ଏକ ଉତ୍ତମ କଣ୍ଡିସନର୍‍ ର କାମ କରିଥାଏ। ଏହାଦ୍ୱାରା କେଶ କଳା, ଘନ ଓ ଚମକ୍‍ଦାର୍‍ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button