March 17, 2023

ଛାତ୍ରଛାତ୍ରୀଙ୍କ ସ୍କୁଲ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର

1 min read

ଆଓରି-ଭୁବନେଶ୍ୱର(୨୨/୦୬): ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ସ୍କୁଲ ବନ୍ଦ ହେବ । ଏବଂ ସେହି ଛାତ୍ରଛାତ୍ରୀଙ୍କୁ ଏକ କିଲୋମିଟର ଭିତରେ ଥିବା ଅନ୍ୟ ସ୍କୁଲ ଗୁଡିକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯିବ । ତେବେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର  ।

୭୫% ପ୍ରତିଶତରୁ ଅଧିକ ଉପସ୍ଥାନ ରଖିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬୦୦ ଏବଂ ୧୦ ମାସକୁ ୬୦୦୦ ଟଙ୍କା ଦିଆଯିବ । ୫୦ ରୁ ୭୪% ଉପସ୍ଥାନ ପାଇଁ ୪୦୦ ଓ ୧୦ ମାସକୁ ୪୦୦୦ ଟଙ୍କା ଦିଆଯିବ  । ୩୦ ରୁ ୪୯ ପ୍ରତଶତ ଛାତ୍ରଛାତ୍ରୀଙ୍କୁ ୩୦୦ ଓ ୧୦ ମାସକୁ ୩୦୦୦ ଟଙ୍କା ଦିଆଯିବ ଏବଂ ୩୦% ରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ କିଛି ଦିଆଯିବନାହିଁ । ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.