May 12, 2024

ଭାରତର ୫ ଷ୍ଟାର ରେଟିଙ୍ଗ ସହ ୧ ନମ୍ବର ଉବେର ଡ୍ରାଇଭର ଭାବରେ ପରିଗଣିତ ହେଲେ ଓଡିଆ କିନ୍ନର ରାଣୀ

1 min read
Transgender Rani Kinnar-Aajira-Odisha

ଆଓରି-ଭୁବନେଶ୍ଵର(୧୩/୦୯) : ରାଣୀ କେବଳ ନାମ ନୁହେଁ ବରଂ ବାସ୍ତବ ଜୀବନରେ ସେ ଜଣେ ରାଣୀ । ରାଣୀ ଉବେରରେ ଗାଡି ଚଳାଉଥିବାବେଳେ ସେ ଜଣେ କିନ୍ନର । ଲୋକଙ୍କ ନଜରିଆ କିନ୍ନର ସମାଜ ପ୍ରତି ଯେଭଳି ଥାଉ ନା କାହିଁକି ରାଣୀଙ୍କ ଇଛାଶକ୍ତି ଓ ପ୍ରତିବଦ୍ଧତାକୁ ମାତ ଦେଇପାରିନଥିଲା । କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଆଜି ଏକ ଭିନ୍ନ ପରିଚୟ ଦେଇଛି । ନିଜ ଗାଡ଼ିରେ ବସୁଥିବା ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପାଇଁ ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ । ଭୁବନେଶ୍ୱରର ରାଜରାସ୍ତାରେ ରାଣୀଙ୍କ ଟ୍ୟାକ୍ସି ଗଡ଼ିବାବେଳେ ଉବେର ମାଧ୍ୟମରେ ଆସିଥାଏ ବହୁ ଲୋକଙ୍କ ଅର୍ଡର ।

ରାଣୀ ମଧ୍ୟ ଲୋକଙ୍କ ପାଖରେ ପହଂଚି ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇଥାନ୍ତି । ସେଥିପାଇଁ ଉବେର ପକ୍ଷରୁ ତାଙ୍କୁ ଏବେ ୫ ଷ୍ଟାର ରେଟିଙ୍ଗ ମଧ୍ୟ ଦିଆଯାଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରେଟିଙ୍ଗ ପାଇବାରେ ଦେଶର ପ୍ରଥମ କିନ୍ନର ସାଜିଛନ୍ତି ରାଣୀ । କେବଳ ଗାଡି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ବି ଗୁରୁତ୍ୱ ରଖିଥାଏ । ଯେଉଁଥିପାଇଁ ଏଭଳି ସଫଳତା ପାଇଛନ୍ତି । ୨୦୧୭ ରଥଯାତ୍ରାରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ ଏହି ସୁନା ଡ୍ରାଇଭର । ଯେଉଁଥିପାଇଁ ବେଶ ପ୍ରଶଂସା ବି ସାଉଁଟିଥିଲେ ରାଣୀ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.