ରାଜନୀତିରାଜ୍ୟ

କାଲି ଓଡ଼ିଶା ଆସୁଛନ୍ତି ମୋଦି, କଟକରେ ଜନ ସମାବେଶ

ଆ.ଓ.ରି(ତା୨୫|୫)-ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କଟକ ସହରକୁ ବାଛିଛନ୍ତି।  ଏହିଠାରୁ ହିଁ ଆସନ୍ତାକାଲି ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ମାଧ୍ୟମରେ କଟକ ଯିବେ। ଏଥିପାଇଁ ନରାଜ ଓ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡ଼୍‌ କରାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଏସ୍‌ପିଜିର ଏକ ସ୍ୱତନ୍ତ୍ର ଟିମ୍ ନେତୃତ୍ୱରେ କଟକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଟକଣା ଜାରି କରାଯାଇଛି। ସମାବେଶ ସ୍ଥଳକୁ କୌଣସି ସାଧାରଣ ଲୋକ ସାଙ୍ଗରେ ଜିନିଷ ପତ୍ର, କିମ୍ବା ପାଣି ବୋତଲ ନେଇ ପାରିବେ ନାହିଁ।  ସେହିପରି ସାଧାରଣ ଲୋକଙ୍କ ପାଇଁ ୧୨ଟି ପ୍ରବେଶ ପଥ କରାଯାଇ ଥିବାବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।  ପାର୍କିଂ ବ୍ୟବସ୍ଥା ସି-ସୋର ଘାଟ ଓ ଆନନ୍ଦ ଭବନ ସମ୍ମୁଖ ପଡିଆରେ କରାଯିବାକୁ ଯୋଜନା କରାଯାଇଥିବା ଡିସିପି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button