ବିଶେଷମନୋରଞ୍ଜନ

ଆଜିର ଓଡିଶା (ତା୭|୪)-

ଆଜିର ରାଶିଫଳ

ମେଷ*:
କୌଣସି ପ୍ରସଙ୍ଗ ନେଇ ଭାବପ୍ରବଣ ରହିବେ। ବହୁ ଦିନର ସ୍ୱପ୍ନ ସାକାର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାରରେ ଶାନ୍ତିର ବାତାବରଣ ରହିବ। ବିଦ୍ୟାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ଅମ୍ବିକା।
*ବୃଷ:*
ଆଜି ପୂରା ଦିନ ଊର୍ଜା ଭରା ରହିବେ। ଆୟର ସ୍ରୋତ ପ୍ରସ୍ତୁତ ହେବ। ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ବ୍ୟବସାୟରୁ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।
ଶୁଭରଙ୍ଗ: ସବୁଜ।
ଆରାଧନା: ମାଆ ଶାରଳା।
*ମିଥୁନ*:
ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ପରିବାରରେ ଖୁସି ବଢ଼ିବ। ଅଭିଭାବକଙ୍କ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା ଲିଙ୍ଗରାଜ।
*କର୍କଟ:*
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଚାକିରିରେ ଦରମା ବଢ଼ିପାରେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ଶୁଭରଙ୍ଗ: ଧଳା।
ଆରାଧନା: ଶ୍ରୀ ଗଣେଶ।
*ସିଂହ:*
ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ବିମଳା।
*କନ୍ୟା*:
ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ଆୟ ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଜୀବନସାଥୀଙ୍କ ସହିତ ବିଦେଶ ଯିବାର ଯୋଜନା କରି ପାରନ୍ତି।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ସନ୍ତୋଷୀ ମାତା।
*ତୁଳା*:
ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ଲୁଗାପଟା ଓ ଗହଣା କିଣିବା ପାଇଁ ମନ ବଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ।
ଶୁଭରଙ୍ଗ: ଧଳା।
ଆରାଧନା: ହର ପାର୍ବତୀ।
*ବିଛା:*
ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଚାକିରିରେ ସମୟ ଅନୁକୂଳ ରହିବ। ପ୍ରସାଧନ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ସନ୍ତାନଙ୍କ ପ୍ରସଙ୍ଗରେ ଚିନ୍ତା ଦୂର ହେବ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ସୁରେଶ୍ୱରୀ।
*ଧନୁ:*
ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ବୈବାହିକ ଜୀବନ ଆନନ୍ଦମୟ ହେବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଶାରଳା।
*ମକର:*
ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ।
ଶୁଭରଙ୍ଗ: ସବୁଜ।
ଆରାଧନା: ବାବା କପିଳାସ।
*କୁମ୍ଭ*:
ଆଗକୁ ବଢ଼ିବାର ଦିନଟିଏ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଧନର ଆଗମନ ହେବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। ମହିଳାଙ୍କର ଗଳ୍ପ, କବିତା ଆଦିରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ସରସ୍ୱତୀ।
*ମୀନ:*
ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ପ୍ରଦେଶରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ସନ୍ତାନ ସୁଖ ମିଳିବାର ପ୍ରବଳ ଯୋଗ ରହିଛି। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ବିରଜା।

Related Articles

Leave a Reply

Your email address will not be published. Required fields are marked *

Back to top button