ରାଶିଫଳ

ଆଜିର ରାଶିଫଳ

ଆ.ଓ.ରି(୧୯|୫)-

*ମେଷ:* ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ଆପଣଙ୍କ ମନ ଲିଖନ କାର୍ଯ୍ୟରେ ଲାଗି ରହିବ। ବିଦେଶରେ ଶିକ୍ଷା ଲାଭ ପାଇଁ ଭଲ ଯୋଗ ରହିଛି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

*ବୃଷ:* ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ବନ୍ଧୁ ସହଯୋଗ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

*ମିଥୁନ:* ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। ଯୋଜନା ପ୍ରସ୍ତୁତ କରିବେ ଏବଂ ଯୋଜନା କ୍ରିୟାନ୍ଵିତ କରିବା ମନୋଭାବରେ ରହିବେ। ରାଜନୀତିରେ ମନୋକାମନା ପୂରଣ ହେବ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

*କର୍କଟ:* ଆପଣଙ୍କ କୌତୁକିଆ ସ୍ୱଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଅଫିସରେ ଆପଣଙ୍କ କଥାକୁ ଲୋକେ ଗୁରୁତ୍ଵ ଦେବେ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବ। ଘରୋଇ ଜିନିଷପତ୍ର କିଣିବାରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ୱରୀ।

*ସିଂହ:* ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ଧନଲାଭର ନୂଆ ଅବସର ମିଳିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଚାକିରିଆଙ୍କୁ ଭଲ ପ୍ରସ୍ତାବ ମିଳିବା ଯୋଗ ରହିଛି। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

*କନ୍ୟା:* ଦିନଟି ଲାଭପ୍ରଦ ରହିବ। ଅଫିସରେ କୌଣସି ବରିଷ୍ଠଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ତୀର୍ଥ ଯାତ୍ରାରେ ଜୀବନସାଥୀଙ୍କ ସହିତ ଯାଆନ୍ତୁ, ଶୁଭ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

*ତୁଳା:* ଦିନଟି ଆପଣଙ୍କୁ ଆରାମ ଦେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବଢ଼ିଆ ହେବ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ଚାକିରି ସମ୍ବନ୍ଧରେ ଶୁଭ ସଂକେତ ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

*ବିଛା:* ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। କୌଣସି ବଡ଼ ଫଇସଲା ତରବରିଆ ଭାବେ ନିଅନ୍ତୁ ନାହିଁ। ବ୍ୟାଙ୍କରେ ଅର୍ଥ ନେଣଦେଣ ସାବଧାନତାର ସହ କରିବା ଜରୁରୀ। ନିଜର କାମ ଲାଗି ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭୈରବୀ।

*ଧନୁ:* ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସୁରେଶ୍ୱରୀ।

*ମକର:* ଆପଣଙ୍କ ଆକର୍ଷକ ଶକ୍ତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିଦେବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

*କୁମ୍ଭ:* ଦିନଟି ସକାରାତ୍ମକଭରା ରହିବ। ସ୍ଥଗିତ ଥିବା କାମ ପୂରା ହୋଇପାରେ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିଛି ନୂଆ କରି ଶିକ୍ଷା ଲାଭ କରିବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

*ମୀନ:* ସାରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ବ୍ୟବସାୟରେ ବିପଦପୂର୍ଣ୍ଣ ନିବେଶରୁ ନିବୃତ୍ତ ରହନ୍ତୁ। ହଜମ ଜନିତ ସମସ୍ୟା ଦେଖାଦେଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button