ରାଶିଫଳ

ଆଜିର ରାଶିଫଳ

ଆଓରି(ତା୧୮|୪)-

ମେଷ: ଆଜି ଆପଣ ଯେଉଁ ଯୋଜନା ପ୍ରସ୍ତୁତ କରିବେ ସେଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।
ଶୁଭରଙ୍ଗ: ଲାଲ।
ଆରାଧନା: ମାଆ ଦୁର୍ଗା।
——————————————————-
ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଫିସରେ ନିଜର କଥା ଠିକ ଢଙ୍ଗରେ ରଖନ୍ତୁ; ସବୁ କାମ ପୂରା ହୋଇଯିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କିଟିବ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା କପିଳାସ।
——————————————————
ମିଥୁନ: ବାପାମାଆଙ୍କ ସହଯୋଗରେ ପରିସ୍ଥିତି ଅନୁକୂଳ ହେବ। କାରବାର ସମ୍ବନ୍ଧରେ ଭଲ ଖବର ପାଇବେ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ବିଦେଶରେ ଶିକ୍ଷା ଗ୍ରହଣ କରିବା ଲାଗି ସମୟ ଶୁଭ।
ଶୁଭରଙ୍ଗ: ସବୁଜ।
ଆରାଧନା: ବାବା ଚନ୍ଦନେଶ୍ୱର।
——————————————————
କର୍କଟ: ଆଜି ଆପଣ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବେ। ପୁରୁଣା ମନୋକାମନା ପୂରା ହେବ। ସେୟାର କିଣିବା ବା ନୂଆ କାରବାରରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ଆପଣ ନିଜର ସନ୍ତାନମାନଙ୍କ ସହିତ ସମୟ ବିତେଇବେ।
ଶୁଭରଙ୍ଗ: ଧଳା।
ଆରାଧନା: ଶ୍ରୀ ଗଣେଶ।
——————————————————–
ସିଂହ: ଧାର୍ମିକ କାର୍ଯ୍ୟରେ ସମୟ ବ୍ୟୟ କରିବେ। ଆପଣଙ୍କ ମନରେ ନୂଆ ନୂଆ ଯୋଜନା ଆସିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।
ଶୁଭରଙ୍ଗ: ଧଳା।
ଆରାଧନା: ସୂର୍ଯ୍ୟଦେବ।
——————————————————–
କନ୍ୟା: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯାହା ବି କାମ କରିବେ ସହଜରେ ପୂରା ହେବ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।
ଶୁଭରଙ୍ଗ: ଫିକା ହଳଦିଆ।
ଆରାଧନା: ମାଆ ସମଲେଶ୍ୱରୀ।
——————————————————–
ତୁଳା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଅଫିସରେ ଦିନଟି ଭଲରେ କଟିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।
ଶୁଭରଙ୍ଗ: ନୀଳ।
ଆରାଧନା: ମାଆ ମଙ୍ଗଳା।
———————————————————
ବିଛା: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟ ଲାଗି ଭଲ ଅବସର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ରାଜନୀତିରେ ପଦ ପ୍ରାପ୍ତ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ସୁରେଶ୍ୱରୀ।
————————————————————-
ଧନୁ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।
ଶୁଭରଙ୍ଗ: ଘିଅ ରଙ୍ଗ।
ଆରାଧନା: ବାବା ସାଇରାମ।
————————————————————–
ମକର: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ବାହନ କିଣିବା ଲାଗି ମନ ବଳିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କୌଣସି ଶୁଭ ଖବର ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ଶୁଭରଙ୍ଗ: ଆକାଶୀ ନୀଳ।
ଆରାଧନା: ଶ୍ରୀକୃଷ୍ଣ।
—————————————————————
କୁମ୍ଭ: ଦିନଟି ଆପଣଙ୍କ ଲାଗି ସହଜ ହେବ। ସ୍ଥଗିତ ଥିବା କାମ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ।
ଶୁଭରଙ୍ଗ: ଗୋଲାପୀ।
ଆରାଧନା: ମହାଲକ୍ଷ୍ମୀ।
—————————————————————–
ମୀନ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ସନ୍ତାନଙ୍କ ଚିନ୍ତା ଦୂର ହେବ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା ହରିଶଙ୍କର।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button