April 25, 2024

ଆଜିର ରାଶିଫଳ

1 min read

Zodiac

ଆ.ଓ.ରି(ତା୧୦|୪)

ମେଷ: ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ମହିଳାମାନେ ଜିନିଷପତ୍ର କିଣିବା ଲାଗି ସହରକୁ ଯିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା ଗୁପ୍ତେଶ୍ୱର।
———————————————
ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେକାରଙ୍କୁ ରୋଜଗାରର ସୂଚନା ମିଳିବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରିରେ ଦାୟିତ୍ଵ ବଢ଼ିବ।
ଶୁଭରଙ୍ଗ: ସବୁଜ।
ଆରାଧନା: ବାବା କପିଳାସ।
————————————————-
ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ। ସୌଭଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ ଅଧିକାରୀଙ୍କ ସାହାଯ୍ୟ ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ତାରିଣୀ।
————————————————-
କନ୍ୟା: ମନ ପ୍ରଫୁଲ୍ଲ ରହିବ। ଆପଣଙ୍କର କୌଣସି କାମ ଲାଗି ବଡ଼ଙ୍କ ସହିତ ଆଲୋଚନା କରିବେ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ମହାଲକ୍ଷ୍ମୀ।
————————————————–
ତୁଳା: ନୂଆ କାମର ଶୁଭାରମ୍ଭ ଲାଗି ଶୁଭ ସମୟ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠା ଫଳ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।
ଶୁଭରଙ୍ଗ: ମେରୁନ।
ଆରାଧନା: ମାଆ ବଗଳାମୁଖୀ।
————————————————–
ବିଛା: ଭାଗ୍ୟର ସହଯୋଗ ପାଇବେ। ପ୍ରତ୍ୟେକ କାମ ବିନା ବିଘ୍ନରେ ସଂପନ୍ନ ହେବ। ଚାକିରିରେ ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ପରିବାରରେ ଖୁସିର ମାହୋଲ୍‌ ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ପାଟଣେଶ୍ୱରୀ।
—————————————————
ଧନୁ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। କୌଣସି ଶୁଭ ଖବର ମିଳିବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଅଚାନକ ଧନଲାଭ ହେବ। ଲୋକମାନଙ୍କ ସହିତ ମିଳାମିଶା ପାଇଁ ଦିନଟି ଭଲ।
ଶୁଭରଙ୍ଗ: ଘିଅ ରଙ୍ଗ।
ଆରାଧନା: ମାଆ ମଝିଘରିଆଣୀ।
—————————————————
ମକର: ଧ୍ୟାନ ଜପରେ ଆତ୍ମବଳ ବୃଦ୍ଧି ହେବ। ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଜରୁରୀ କାମ ନିର୍ଦ୍ଦିଷ୍ଟ ସମୟ ଭିତରେ ପୂରା କରି ନିଅନ୍ତୁ। ବିରୋଧୀପକ୍ଷ ଆପଣଙ୍କର ଗୁପ୍ତ ରୂପେ ଗୁଣଗାନ କରିବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ନାରାୟଣୀ।
—————————————————
କୁମ୍ଭ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ଆପଣଙ୍କ କାମରେ ପ୍ରବନ୍ଧକର୍ତ୍ତା ଖୁସି ହେବେ। ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ। ଜୀବନସାଥୀଙ୍କ ବିଚାର ସହିତ ମେଳ ରହିବ।
ଶୁଭରଙ୍ଗ: ନୀଳ।
ଆରାଧନା: ମହାଲକ୍ଷ୍ମୀ।
————————————————–
ମୀନ: ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିପାରେ। ରାଜନୀତିରେ ମନୋକାମନା ପୂରା ହେବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ନୂଆ ବସ୍ତୁ କିଣିବା ପାଇଁ ସମୟ ଶୁଭ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଦୁର୍ଗା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.