May 24, 2022

ଆଜିର ରାଶିଫଳ

1 min read

Zodiac

 

ଆଜିର ଓଡିଶା (ତା୬|୪)
*ଜାଣନ୍ତୁ କିପରି କଟିବ ଆଜିର ରାଶିଫଳ*
*ମେଷ:*
ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ମିତ୍ର ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ସବୁ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ବିସ୍ତାର ଲାଗି ସୁଯୋଗ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।
ଶୁଭରଙ୍ଗ: ଲାଲ।
ଆରାଧନା: ହର ପାର୍ବତୀ।
*ବୃଷ:*
ଲକ୍ଷ୍ୟପ୍ରାପ୍ତି ଦିଗରେ ଏକାଗ୍ରତାର ସହିତ ଅଧିକ ପରିଶ୍ରମ କରନ୍ତୁ। ନିଜର ବ୍ୟବହାରରେ ସଂଯମ ରଖନ୍ତୁ। ଅଫିସରେ କାମର ବୋଝ ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା।
ଆରାଧନା: ବାବା ଲୋକନାଥ।
*ମିଥୁନ:*
ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବ୍ୟବସାୟରୁ ଧନଲାଭ ହେବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।  ଶୁଭରଙ୍ଗ: ଧଳା।
ଆରାଧନା: ବାବା ହରିଶଙ୍କର।
*କର୍କଟ:*
ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରିବେ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ଶ୍ରୀଗଣେଶ।
*ସିଂହ:*
ମନ ପ୍ରଫୁଲ୍ଲ ରହିବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ଶୁଭରଙ୍ଗ: ଗୋଲାପୀ।
ଆରାଧନା: ମାଆ ଗାୟତ୍ରୀ।
*କନ୍ୟା:*
ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇ ଖୁସି ହେବେ। ଛାତ୍ରଙ୍କୁ ସଫଳତା ଲାଗି ଅଧିକ ପରିଶ୍ରମ କରିବାକୁ ହେବ।
ଶୁଭରଙ୍ଗ: ଫିକା ହଳଦିଆ।
ଆରାଧନା: ମାଆ ବିରଜା।
*ତୁଳା:*
ଆପଣଙ୍କର ନୂଆ ଊର୍ଜା ଅନ୍ୟକୁ ପ୍ରଭାବିତ କରିବ। ପୂର୍ବରୁ କରିଥିବା ପରିଶ୍ରମ ଲାଗି ଆଜି ଯଥେଷ୍ଟ ଲାଭ ମିଳିବ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ଵପୂର୍ଣ୍ଣ ବୈଠକ ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।
ଶୁଭରଙ୍ଗ: ନୀଳ।
ଆରାଧନା: ହର ପାର୍ବତୀ।
*ବିଛା:*
ମନ ପ୍ରସନ୍ନ ରହିବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ସନ୍ତାନଙ୍କ ବିଶେଷ କାର୍ଯ୍ୟ କରିବାରେ ଧନ ଖର୍ଚ୍ଚ ହେବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ।
ଶୁଭରଙ୍ଗ: ଧୂସର।
ଆରାଧନା: ବାବା କପିଳାସ।
*ଧନୁ:*
ଦିନଟି ଠିକ୍‌ଠାକ୍‌ ରହିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟ କିମ୍ବା ଚାକିରିରେ ନୂଆ କାମର ଶୁଭାରମ୍ଭ ହୋଇପାରେ। ବୈବାହିକ ଜୀବନ ଆନନ୍ଦମୟ ହେବ।
ଶୁଭରଙ୍ଗ: ଘିଅ ରଙ୍ଗ।
ଆରାଧନା: ମାଆ ଭୈରବୀ।
*ମକର:*
ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିବେ। ଆମଦାନିର ନୂଆ ଅବସର ପାଇବେ। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ସୁଖଦ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ଶୁଭରଙ୍ଗ: ଗୋଲାପୀ।
ଆରାଧନା: ଶ୍ରୀ ଗଣେଶ।
*କୁମ୍ଭ:*
ଦିନଟି ଆପଣଙ୍କ ଲାଗି ଅନୁକୂଳ। ଯାହା ବି କାମ କରିବେ ସଫଳତା ହାସଲ କରିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ମଝିଘରିଆଣୀ।
*ମୀନ:*
ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ବ୍ୟବସାୟରେ ବିସ୍ତାର ଲାଗି ନୂଆ ସୁଯୋଗ ମିଳିବ। ବରିଷ୍ଠଜନଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ।
ଶୁଭରଙ୍ଗ: ମେରୁନ।
ଆରାଧନା: ମାଆ ବଗଳାମୁଖୀ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.