ରାଶିଫଳ

ଆଜିର ରାଶିଫଳ

ଆଓରି(ତା୨୬|୪)-  

*ମେଷ:* *କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବ ଅନୁଭବ କରିବେ।
ଶୁଭରଙ୍ଗ: ବାଦାମୀ।
ଆରାଧନା: ମାଆ ବଗଳାମୁଖୀ।*
 *ବୃଷ:* *ଯଶ ପ୍ରାପ୍ତିର ଦିନଟିଏ। ଆପଣ ଯାହାକୁ ଯେ କୌଣସି କାମ ଲାଗି କହିବେ ସେ ମନା କରିବେ ନାହିଁ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ବିମଳା।*
 *ମିଥୁନ:* *ଭାବିଥିବା ଯୋଜନା ବଢିଆ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ।
ଶୁଭରଙ୍ଗ: ସବୁଜ।
ଆରାଧନା: ବାବା ଆଖଣ୍ଡଳମଣି।*
 *କର୍କଟ:* *ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ପରିଶ୍ରମ ଅନୁପାତରେ ଯଥେଷ୍ଟ ଲାଭ ପାଇବେ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
ଶୁଭରଙ୍ଗ: ଗୋଲାପୀ।
ଆରାଧନା: ଶ୍ରୀ ଗଣେଶ।*
 *ସିଂହ:* *ଖୁସ୍‌ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ଯଥେଷ୍ଟ ଲାଭ ପାଇବେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ସୂର୍ଯ୍ୟଦେବ।*
 *କନ୍ୟା:* *ଜୀବନରେ ଲାଗିରହିଥିବା ସଂଘର୍ଷର ସମାପ୍ତ ପାଇଁ ଭଲ ସମୟ। ବନ୍ଧୁ ଓ ପରିଜନଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ଦିଗ ମିଳିବ। ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ମହାଲକ୍ଷ୍ମୀ।*
 *ତୁଳା:* *ଦିନଟି ଆପଣଙ୍କ କ୍ୟାରିୟର ପାଇଁ ଅଧିକ ଶୁଭ ରହିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଅମ୍ବିକା।*
 *ବିଛା:* *ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ ଦେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଚିନ୍ତା କରିପାରନ୍ତି। ମିତ୍ର ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ଭୈରବୀ।*
 *ଧନୁ:* *ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ଅନୁଭବ ହେବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ପୂରା ହୋଇଯିବ। ନେତାଙ୍କ ସହିତ ସଂପର୍କ ବଢ଼ିବ। ଜମିରେ ନିବେଶ ପାଇଁ ଦିନଟି ଭଲ।
ଶୁଭରଙ୍ଗ: ଲାଲ।
ଆରାଧନା: ମାଆ ମଝିଘରିଆଣୀ।*
 *ମକର:* *ଘରକୁ କୌଣସି ବନ୍ଧୁଙ୍କ ଆସିବା ହେତୁ ମନ ପ୍ରସନ୍ନ ହୋଇଯିବ। ଦୂରସ୍ଥାନକୁ ଯାତ୍ରା କରିବାର ଅବସର ଆସିବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ପ୍ରେମରେ ଗଭୀରତା ବୃଦ୍ଧି ହେବ।
ଶୁଭରଙ୍ଗ: ସବୁଜ।
ଆରାଧନା: ଶ୍ରୀକୃଷ୍ଣ।*
 *କୁମ୍ଭ:* *କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ସାକ୍ଷାତକାରରେ ସଫଳତା ହାସଲ କରିବେ। ସଂପତ୍ତି ବିବାଦର ସମାଧାନ ହେବ। ପରିବାରରେ ଖୁସି ବଢ଼ିବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ।
ଶୁଭରଙ୍ଗ: ଈଷତ୍‌ ଲାଲ।
ଆରାଧନା: ମାଆ ଗାୟତ୍ରୀ।*
 *ମୀନ:* *ଆପଣଙ୍କ ଭାବନା ରଚନାତ୍ମକ ରହିବ। ସବୁ ସମସ୍ୟାର ସମାଧାନ ହେବ। ବ୍ୟବସାୟୀଙ୍କୁ ମନମୁତାବକ ଲାଭ ମିଳିବ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ଜୀବନରେ ସୁଖ ଶାନ୍ତି ଆସିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଶାରଳା।*

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button