August 17, 2022

ଆଜିର ରାଶିଫଳ

1 min read

Zodiac

ଆଓରି(ତା୨୪|୪)- 

*ମେଷ:* କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ଇଂଜିନିୟରଙ୍କ ପାଇଁ ଦିନଟି ଲାଭପ୍ରଦ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଦୁର୍ଗା।
*ବୃଷ:* ଭାବନାରେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ; ସଫଳତା ପାଇବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ବ୍ୟବସାୟ ବୃତ୍ତିରେ ଶୀଘ୍ର ଫଇସଲାରୁ ଲାଭ ମିଳିବ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ମାଆ ରାମଚଣ୍ଡୀ।
ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। ଭୂସଂପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। କୌଣସି ନୂଆ ଯୋଜନା ସାମନାକୁ ଆସିପାରେ। ଅଫିସରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ବୈବାହିକ ଜୀବନ ପାଇଁ ଦିନଟି ଭଲ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା କପିଳାସ।
*କର୍କଟ:* ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଅବିବାହିତଙ୍କ ଲାଗି ବଢ଼ିଆ ବିବାହ ପ୍ରସ୍ତାବ ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
ଶୁଭରଙ୍ଗ: ଲାଲ।
ଆରାଧନା: ଶ୍ରୀକୃଷ୍ଣ।
*ସିଂହ*: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ସୂର୍ଯ୍ୟଦେବ।
*କନ୍ୟା*: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ। ମନୋରଂଜନଧର୍ମୀ କାର୍ଯ୍ୟରେ ପଇସା ଖର୍ଚ୍ଚ ହୋଇପାରେ।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ସନ୍ତୋଷୀ ମାତା।
*ତୁଳା:* ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ମିତ୍ରଙ୍କ ସହାୟତା ମିଳିବ। ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରିରେ ଦାୟିତ୍ଵ ବଢ଼ିବ। ଅଚାନକ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଭଦ୍ରକାଳୀ।
*ବିଛା:* ଆତ୍ମବିଶ୍ୱାସର ସହିତ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ମହିଳାମାନେ ଜିନିଷପତ୍ର କିଣିବା ପାଇଁ ସହରକୁ ଯିବେ। ପ୍ରେମରେ ସଫଳତା ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା ଲିଙ୍ଗରାଜ।
*ଧନୁ*: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ପୁରୁଣା କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ।
ଶୁଭରଙ୍ଗ: ଘିଅ ରଙ୍ଗ।
ଆରାଧନା: ହର ପାର୍ବତୀ।
*ମକର:* ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଧନଲାଭ ଯୋଗ ରହିଛି। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।
ଶୁଭରଙ୍ଗ: ନୀଳ।
ଆରାଧନା: ମାଆ ଚର୍ଚ୍ଚିକା।
*କୁମ୍ଭ*: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ ଫାଇଦା ହେବ। ଶତ୍ରୁ ଆପଣଙ୍କୁ ଅଶାନ୍ତି କରିବା ଲାଗି ଷଡ଼ଯନ୍ତ୍ର ରଚି ପାରନ୍ତି। ତେଣୁ ସତର୍କ ରହନ୍ତୁ। ପ୍ରିୟବନ୍ଧୁଙ୍କ ଠାରୁ ଦୂରତ୍ଵ ବଜାୟ ରହନ୍ତୁ। ବଜେଟଙ୍କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ଶୁଭରଙ୍ଗ:ଧଳା।
ଆରାଧନା:ମାଆ ତାରଣୀ।
*ମୀନ*: କାରବାରର ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ଅଚାନକ ଶୁଭ ଖବର ପାଇବେ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଦାତ୍ୟ ସମ୍ବନ୍ଧକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ।
ଶୁଭରଙ୍ଗ:ମେରୁନ।
ଆରାଧନା:ମହାଲକ୍ଷ୍ମୀ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.