ରାଶିଫଳ

ଆଜିର ରାଶିଫଳ

ଆ.ଓ.ରି(୨୨|୪)-

ମେଷ:
ଯାନ ବାହାନ କିଣି ପାରନ୍ତି । ଦୂରଯାତ୍ରା ଯୋଗ ରହିଛି । କାର୍ଯ୍ୟରେ ସଫଳ ଓ ସମ୍ମାନ ମିଳିବ। ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ପ୍ରତିକାର – ଭଗବାନଙ୍କ ନାମ ନିଅନ୍ତୁ ଓ ଆମିଷ ଭୋଜନ କରନ୍ତୁ ନାହିଁ ।

ବୃଷ:
କାର୍ଯ୍ୟବ୍ୟସ୍ତତା ରହିବ ଓ ଚାକିର କ୍ଷେତ୍ରରେ ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ। ଅଧିକ ରୋଜଗାର କରିବାକୁ ଚେଷ୍ଟା କରି ପାରନ୍ତି। ଯାତ୍ରାରେ ସୁଫଳ ମିଳିବାର ସମ୍ଭାବନା ରହିଛି । ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:
କୌଣସି ଦିଗରୁ ଖୁସି ଖବର ମିଳିବ। ପୈତୃକ ସମ୍ପତ୍ତିରେ ଲାଗି ରହିଥିବା ବିବାଦ ତୁଟିବ। ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଇ ପ୍ରିୟଜନଙ୍କ ଠାରୁ ପରିହାସ ପାଇବେ । ପ୍ରତିକାର- କୌଣସି କାର୍ଯ୍ୟରେ ବାହାରକୁ ଗଲାବେଳେ ମିଠାଦହି ଖାଇ ବାହାରନ୍ତୁ।

କର୍କଟ:
ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସାଙ୍ଗ ସାଥି ମାନଙ୍କ ଠାରୁ ସାହାଯ୍ୟ ମିଳିବ । ବୈବାହିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ନ୍ନତି ଦେଖାଯିବ । ପ୍ରତିକାର-ଭିକାରିକୁ ଖାଲି ହାତରେ ଫେରାନ୍ତୁ ନାହିଁ ।

ସିଂହ:
ଧନ ଲାଭର ଯୋଗ ରହିଛି । କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବା ସହିତ ବ୍ୟବସାୟରେ ଉର୍ନ୍ନତି ହେବ। ପରିବାରକୁ ସମୟ ଦେବେ। ପ୍ରତିକାର- ମଥାରେ ଭଗବାନଙ୍କ ନାମ ନେଇ ଚନ୍ଦନ ଲଗାନ୍ତୁ ।

କନ୍ୟା:
ଚାକିର କ୍ଷେତ୍ରରେ ସଫଳତା ଓ ମାତା-ପିତାଙ୍କର ଆଶୀର୍ବାଦ ମିଳିବ। ସାଙ୍ଗସାଥି କିମ୍ବା ଶୁଭଚିନ୍ତକ ଆପଣଙ୍କୁ ଉନ୍ନତି କରିବା ପାଇଁ ସାହାଯ୍ୟର ହାତ ବଢ଼ାଇବେ । ପ୍ରତିକାର– ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା:
ସବୁ କ୍ଷେତ୍ରରେ ସମସ୍ୟା ଦେଖାଦେବ। ସତର୍କ ରୁହନ୍ତୁ । ନିଜ କ୍ରୋଧ ହେତୁ, ହେବା କାର୍ଯ୍ୟ ଅଟକି ଯିବ। ପିଲାମାନଙ୍କ ପାଇଁ ପଢାପଢିରେ ସମସ୍ୟା ଦେଖାଦେବ। ପ୍ରତିକାର- ଭଗବାନଙ୍କ ନାମ ନେଇ ମନ୍ଦିରରେ ଦାନ କରନ୍ତୁ ।

ବିଛା:
ପରିବାର ଲୋକ ସାହାଯ୍ୟ କରିବେ । ଧନ ମିଳିବାର ସମ୍ଭାବନା ଅଛି । ଶତୃ ସମସ୍ୟା ସମାଧାନ ହେବ ନିଜ ବିବାହ ସମ୍ବନ୍ଧୀୟ କଥା ଆଗକୁ ବଢିବ । ପ୍ରତିକାର – ଗାଈକୁ ରୁଟି ଖାଇବାକୁ ଦେଲେ ଭଗବାନଙ୍କର ଆଶୀର୍ବାଦ ମିଳିବ ।

ଧନୁ:
ଜମିବାଡ଼ି ସମସ୍ୟାର ସମାଧାନ ହେବ। ଅତିରିକ୍ତ ଆୟର ସୂଚନା ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଅନେକ ଦିନରୁ ପଡି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ପ୍ରତିକାର – ଭିକାରୀଙ୍କୁ ଖାଇବକୁ ଦିଅନ୍ତୁ।

ମକର:
ଆଜି ଦିନରେ ନିଜ ମନର କଥା ପ୍ରକାଶ କଲେ ବିପଦର ଆଶଙ୍କା ରହିଛି । ଚାକିର ଓ କଳା, ସାହିତ୍ୟ କ୍ଷେତ୍ରରେ ସମ୍ମାନ ମିଳିବ । କର୍ମକ୍ଷେତ୍ରରେ ଅଶାନୁଯାୟୀ ଫଳ ମିଳିବ । ପ୍ରତିକାର –ଗାଈଙ୍କୁ ଖାଇବକୁ ଦିଅନ୍ତୁ ।

କୁମ୍ଭ:
ନୂଆ କାମର ଶୁଭାରମ୍ଭ କରି ପାରନ୍ତି । ପରିବାରକୁ ସମୟ ଦେବେ ଓ ବୈବାହିକ ଜୀବନ ସୁଖମୟ ହେବ। ସାଙ୍ଗସାଥୀଙ୍କ ଠାରୁ ସାହାଯ୍ୟ ମିଳିବ । ପ୍ରତିକାର- ମନ୍ଦିରରେ ଦାନ କଲେ ଭଲ।

ମୀନ:
ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ନିଜ କାମ ପାଇଁ ଉଚ୍ଚପଦସ୍ଥ ଲୋକଙ୍କ ଠାରୁ ପ୍ରଶଂସା ପାଇବେ । ଖରାପ କାମ ଛାଡିବା ପାଇଁ ଇଚ୍ଛା କରିବେ। ଧାର୍ମିକ କାର୍ଯ୍ୟରେ ସମୟ ବିତେଇବେ । ପ୍ରତିକାର – ଗ୍ରାମ୍ୟଦେବୀଙ୍କ ପାଖରେ ପୂଜା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button