ଆଜିର ରାଶିଫଳ
1 min readଆ.ଓ.ରି(ତା୨୦।୪)-
ମେଷ:
ଅନ୍ୟକୁ ସାହାଯ୍ୟ କରିବେ। ବିଗିଡିଯାଇଥିବା କାମରେ ସଫଳତା ମିଳିବ। ନିଜର ଧୈର୍ଯ୍ୟ ଆପଣଙ୍କୁ ଅଧିକ ସଫଳତା ଦେବ। ଗରିବ ଲୋକଙ୍କୁ ସାହାଯ୍ୟ କଲେ ସମ୍ମାନ ପ୍ରତିଷ୍ଠା ମିଳିବ ।
ପ୍ରତିକାର– ଲାଲ୍ ରଙ୍ଗର ବସ୍ତ୍ର ଆଜି ଦିନ ପାଇଁ ଶୁଭ ଅଟେ।
ବୃଷ:
ଦୁଃଖୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। କୌଣସି ଶୁଭ କାର୍ଯ୍ୟ କିମ୍ବା ବ୍ୟବସାୟରେ ନିବେଶ କରିବା ପାଇଁ ଆଜି ଶୁଭ ଦିନ ଅଟେ। ଖୁସି ଖବର ମିଳିବ। ନୂଆ ଲୋକଙ୍କ ସହିତ ଭେଟ ପାଇଁ କାର୍ଯ୍ୟ ସଫଳ ହେବ।
ପ୍ରତିକାର-ପିତା ମାତାଙ୍କୁ ନମସ୍କାର କରି ବାହାରକୁ ବାହାରିବେ।
ମିଥୁନ:
ପରିବାରକୁ ଖୁସୀ ଖବର ମିଳିବ। ଚାକିରରେ ପ୍ରମୋଶନ ମିଳିବା ସହିତ ଉଚ୍ଚ କର୍ମଚାରୀଙ୍କ ଠାରୁ ସମ୍ମାନ ପାଇବେ।
ପ୍ରତିକାର – ସବୁଜ ରଙ୍ଗର ଖଣ୍ଡେ ବସ୍ତ୍ର ପର୍ସ ଭିତରେ ରଖନ୍ତୁ।
କର୍କଟ:
ଯାତ୍ରା ଯୋଗ ରହିଛି । ବ୍ୟବସାୟରେ ଲାଭବାନ ହେବେ। ନିବେଶ କ୍ଷେତ୍ରରେ ବ୍ୟସ୍ତ ରହିବେ।
ପ୍ରତିକାର – ଯେ କୌଣସି ମନ୍ଦିରରେ ପୂଜା କରନ୍ତୁ ।
ସିଂହ:
ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସଫଳତା ଦିନ ରହିବ।
ପ୍ରତିକାର– ଆମିଷ ଭୋଜନ ଠାରୁ ଦୁରେଇ ରୁହନ୍ତୁ ।
କନ୍ୟା:
ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନ୍ନତି ପରିଲକ୍ଷିତ ହେବ। ଧନ ଲାଭର ଯୋଗ ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ । ପ୍ରତିକାର – ମନ୍ଦିରରେ ପୂଜା କରନ୍ତୁ ।
ତୁଳା:
ପରିବାରକୁ ଶାନ୍ତି ମିଳିବ। ଲାଗିରହିଥିବା ବିବାଦ କୋର୍ଟ-କଚେରୀରେ ସମାଧାନ ହେବ । ଧର୍ମ କାର୍ଯ୍ୟରେ ମନ ବଳାଇବେ। ସାହିତ୍ୟ ଓ ଜ୍ଞାନକୁ ଭିତ୍ତି କରି ସମ୍ମାନ ପାଇବେ।
ପ୍ରତିକାର– ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ।
ବିଛା:
ସ୍ଵାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟ କିମ୍ବା କରୁଥିବା କାର୍ଯ୍ୟରେ ଆଶାନୁଯାୟୀ ଫଳ ମିଳିବ ନାହିଁ ।
ପ୍ରତିକାର – ପିତା ମାତାଙ୍କୁ ନମସ୍କାର କରି ବାହାରକୁ ବାହାରିବେ।
ଧନୁ:
ପରିବାର ସହ ସମୟ ବିତେଇବେ। ଚାକିରୀ କ୍ଷେତ୍ରରେ ଉର୍ନ୍ନତି ମିଳିବ। ପୁରୁଣା ଝଗଡା ସମାଧାନ ହେବ । ଚତୁରତା ସହ କାର୍ଯ୍ୟ କଲେ ସବୁ ପରିସ୍ଥିତିକୁ ସାମ୍ନା କରି ପାରିବେ ।
ପ୍ରତିକାର – ଆମିଷ ଭୋଜନ କରନ୍ତୁ ନାହିଁ ।
ମକର:
ବ୍ୟବସାୟରେ ଅତ୍ୟନ୍ତ ଲାଭ ହେବ । ଘରକୁ ବନ୍ଧୁ ବାନ୍ଧବ ଆସିବେ। ପରିବାରରେ ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ।ଆର୍ଥିକ ସ୍ଥିତି ସୁଧୀରିବ ।
ପ୍ରତିକାର – କୁକୁରକୁ ଖାଇବାକୁ ଦେଲେ ଭଲ।
କୁମ୍ଭ:
ନୂଆ ସମ୍ପତ୍ତି ମିଳିବ । ଆଜି ଦିନରେ ଗୁରୁଜନଙ୍କ ସେବା କଲେ ବିଶେଷ ଆଶୀର୍ବାଦ ପାଇବେ। ପରିବାରକୁ ଶୁଭ ସମାଚାର ମିଳିବ ।
ପ୍ରତିକାର – ମାଗଣାରେ କିଛି ଗ୍ରହଣ କରନ୍ତୁ ନାହିଁ।
ମୀନ:
ଶୁଭକାର୍ଯ୍ୟ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ। ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ଅଧା ରହିଥିବା କାର୍ଯ୍ୟ ପୂରଣ ହେବ ।
ପ୍ରତିକାର – ଘରୁ ବାହାରିବା ସମୟରେ ମିଠା ଖାଇ ବାହାରନ୍ତୁ ।