ରାଶିଫଳ

ଆଜିର ରାଶିଫଳ

ଆ.ଓ.ରି(ତା୨୫|୫)-

*ମେଷ*
ଆଜି ଚନ୍ଦ୍ର ହସ୍ତା ନକ୍ଷତ୍ରସ୍ଥ ହେତୁ ଅଶ୍ୱିନୀ ନକ୍ଷତ୍ରର କ୍ଷମତାଜନିତ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ପୁରସ୍କୃତ ହୋଇପାରନ୍ତି। ଅଫିସ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ।

*ବୃଷ*
କୃତ୍ତିକା ନକ୍ଷତ୍ରସ୍ଥ ରବି ରାଶିରେ ରହି ଉଚ୍ଚ ସମ୍ମାନ, ସାମାଜିକ ପ୍ରତିଷ୍ଠା, କର୍ମକ୍ଷେତ୍ର ଓ ରାଜନୈତିକ ସ୍ଥିତିକୁ ମଜଭୁତ କରିବାରେ ସାହାଯ୍ୟ କରିବ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଫଳରେ କାମଟି ଅସମ୍ପୂର୍ଣ୍ଣ ରହିଯିବ। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।

*ମିଥୁନ*
ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେଇ ସମାଜରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ସକାଶେ ମଙ୍ଗଳ ସାଧକ ତାରସ୍ଥ ହେତୁ ଭ୍ରାତୃ ସମ୍ପର୍କରେ ତିକ୍ତତାର ସମାଧାନ କରାଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି।

*କର୍କଟ*
ତୃତୀୟାଧିପ ବୁଧ ମିତ୍ର ଶୁକ୍ର ନକ୍ଷତ୍ରରେ ରହିଥିବାରୁ ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରି ନେବାରେ ସମର୍ଥ ହେବେ। ନୂତନ କର୍ମାରମ୍ଭ ପରିପ୍ରେକ୍ଷୀରେ ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ଅନ୍ୟ ବାଟରେ ତାହା ଖର୍ଚ୍ଚ ହୋଇଯାଇପାରେ। ପାରିବାରିକ କ୍ଷେତ୍ର, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହୋଇପାରେ।

*ସିଂହ*
ବୃହସ୍ପତିଙ୍କ ଦୃଷ୍ଟିରେ ବୁଧ ଅବସ୍ଥାନ କରି ଅର୍ଥ ସଂକଟକୁ ଦୂରେଇ ନେବେ। ନୂତନ ଯୋଜନା, ଜମିଜମା କାରବାର, ଯାନ୍ତ୍ରିକ କାରବାର, ଯାନବାହନ କ୍ରୟ ବିକ୍ରୟରେ ଅଗ୍ରଗତି ହେବ। ମଘା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।

*କନ୍ୟା*
କର୍ମାଧିପ ରାଶି ଅଷ୍ଟମସ୍ଥ ହେତୁ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବ। ଏଣେ ନିର୍ଦ୍ଦିଷ୍ଟ ଜାଗାରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାଧାରଣ କଥାରେ ତର୍କବିତର୍କ ଯୋଗୁ ପ୍ରିୟ ବ୍ୟକ୍ତି ସହ ସମ୍ପର୍କ ତିକ୍ତ ହୋଇପାରେ।

*ତୁଳା*
ଶୁକ୍ର ପାପଗ୍ରହ ରାହୁ ନକ୍ଷତ୍ରସ୍ଥ ହେତୁ ଆପଣଙ୍କ ପ୍ରତ୍ୟ୍ୟେକ ଉଦ୍ୟମ ବିଶୃଙ୍ଖଳିତ ରହିବ ା କିନ୍ତୁ ଆମତ୍ୀୟ ସ୍ବଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କେତେକାଂଶରେ ସମସ୍ୟାର ସ୍ଥିତି ବଦଳି ଯାଇପାରେ। କର୍ମ ପରିସରରେ ଚାପବୃଦ୍ଧି ଜନିତ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିବ ।

*ବିଛା*
ଶନି ଓ ବୃହସ୍ପତିଙ୍କ ସ୍ଥିତି ସ୍ଥୂଳ ଦୃଷ୍ଟିକୋଣରୁ ଆର୍ଥିକ ସ୍ଥିତି ସକାଶେ ଭଲ ମନେ ନ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ବହୁତ ଶୁଭଫଳ ପ୍ରଦାନ କରିବ। ବିଜାତୀୟ ବନ୍ଧୁଙ୍କ ସହ ମିତ୍ରତା, ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ଲାଭକରି ଖୁସି ରହିବେ। କିନ୍ତୁ ଜ୍ୟେଷ୍ଠା ପାଇଁ ପ୍ରତ୍ୟେକ କାର୍ଯ୍ୟ ମନ୍ଥର ଗତିରେ ଗଡ଼ି ଚାଲିବା କାରଣରୁ ସାମୟିକ ଅନୁଚିନ୍ତା କରିପାରନ୍ତି।

*ଧନୁ*
ଅଷ୍ଟମାଧିପ ଚନ୍ଦ୍ର କର୍ମସ୍ଥାନରେ ରହି କର୍ମାରମ୍ଭରେ ନୂତନ ସମସ୍ୟା ସୃଷ୍ଟି କରିପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ ଭାବରେ କିଛିଟା ଲାଘବ ହେବାର ଅନୁଭବ କରିବେ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି।

*ମକର*
ଚନ୍ଦ୍ରଙ୍କ କେନ୍ଦ୍ରସ୍ଥଳରେ ଶନି ଓ ଶୁକ୍ର ରାଶି ପ୍ରତ୍ୟେକ ଦିଗରେ ସୁଫଳ ପ୍ରଦାନ କରିବେ। ଦୈହିକ ସୁସ୍ଥତା, ପାରିବାରିକ ବୁଝାମଣା, ଆର୍ଥିକ ଉନ୍ନତି ଓ ବନ୍ଧୁଙ୍କ ସାହାଯ୍ୟଲାଭ କରାଇବ । ବ୍ୟବସାୟ ଦିଗଟି ମନ୍ଦ ହେବନି, କିନ୍ତୁ ପରିବହନରେ ଝଗଡ଼ାର ଆଶଙ୍କା ରହିଛି। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବାର ସୂଚନା ପରିଲକ୍ଷିତ ହେବ।

*କୁମ୍ଭ*
ଶନିଙ୍କ ଦୃଷ୍ଟି ଓ ଚନ୍ଦ୍ର ତଥା ମଙ୍ଗଳଙ୍କ ସ୍ଥିତି ଆପଣଙ୍କ ଦୈହିକ, ମାନସିକ ଓ କର୍ମକ୍ଷେତ୍ର ପାଇଁ ଅନୁକୂଳ ଫଳ ପ୍ରଦାନ କରିବ । ଏକାଦିକ୍ରମେ ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। ପାରିବାରିକ ସ୍ତରରେ ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି।

*ମୀନ*
ଷଷ୍ଠାଧିପତି ତୃତୀୟ ଭାବରେ ରହି ପ୍ରତ୍ୟେକ ସ୍ତରରେ କିଛି ନା କିଛି ସମସ୍ୟା ସୃଷ୍ଟି କରିପାରନ୍ତି। ଅବଶ୍ୟ ଧନସ୍ଥ ଚତୁର୍ଥାଧିପ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା ସହ ପାରିବାରିକ ଜୀବନକୁ ସୁଖ, ସନ୍ତୋଷରେ ଅତିବାହିତ କରାଇବେ । ଘର ପାଇଁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, କ୍ରୀଡା କ୍ଷେତ୍ରରୁ ସୁଫଳ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button