ରାଶିଫଳ

ଆଜିର ରାଶିଫଳ

ଆ.ଓ.ରି(ତା୧୮|୫)

*ମେଷ:* ଆଜିର ଚନ୍ଦ୍ର ବାରାଧିପ ଶୁକ୍ରଙ୍କ ସହ ତୃତୀୟସ୍ଥ ହେତୁ କର୍ମକ୍ଷେତ୍ରରୁ ଆଶାନୁରୂପ ଫଳଲାଭରେ ପଛେଇଯିବେ। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ । ଅଧ୍ୟାପନା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର, ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି।

*ବୃଷ:* ଜଣେ ଅପରିଚିତାଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନଶନ୍‌ ଦୂର ହୋଇପାରେ। ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବରୁ ବ୍ୟବହାରରେ ଅନ୍ୟମାନଙ୍କ ନିକଟତର ହୋଇପାରିବେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। କିନ୍ତୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହାସଲ କରିବେ ।

*ମିଥୁନ:* ରାଶିର ଏକାଦଶସ୍ଥ ବୁଧ ଆପଣଙ୍କୁ ନିରାଶ କରିବେ ନାହିଁ ବରଂ ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହୋଇପାରିବେ। ପରିବାରରେ ଅଭାବ ଅସୁବିଧା ନ ଥିଲେ ମଧ୍ୟ ଖର୍ଚ୍ଚ କରିବାରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହୋଇ ପାରନ୍ତି। ସଭାସମିତି ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।

*କର୍କଟ:* ଶୁକ୍ର ଓ ଚନ୍ଦ୍ର ଦ୍ୱାଦଶସ୍ଥ ହେତୁ ଅନ୍ତରଙ୍ଗମାନଙ୍କ ସହ ଯାତ୍ରା ଓ ଫଳପ୍ରଦ ଆଲୋଚନା କରି ଦାୟିତ୍ୱକୁ ଯଥାବିଧି ସମ୍ପନ୍ନ କରିପାରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ରବି ଏବଂ ରାହୁଙ୍କ ପ୍ରଭାବରେ ରାଜନୈତିକ ସ୍ଥିତିରେ ଉନ୍ନତି, ଋଣପରିଶୋଧ କରିବେ। ଅନ୍ୟ ମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

*ସିଂହ:* ବୃହସ୍ପତି ଦୃଷ୍ଟ ଶୁକ୍ର ରାଶିର ଲାଭଭାବରେ ଅର୍ଥପ୍ରାପ୍ତି ଓ କାର୍ଯ୍ୟସାଧନ ପ୍ରଚେଷ୍ଟାକୁ ଜାରି ରଖିବେ। ମାତ୍ର ଅର୍ଥସଂକଟଜନିତ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣି ନ ପାରି ମନ ଦୁଃଖ କରି ପାରନ୍ତି। ହଠାତ୍‌ ଶତ୍ରୁମାନଙ୍କ ମିତ୍ର ଭଳି ଆଚରଣ ଆପଣଙ୍କୁ ବିସ୍ମୟାଭୀଭୂତ କରିପାରେ। ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।

*କନ୍ୟା:* ରାଶ୍ୟାଧିପତି ଅଷ୍ଟମସ୍ଥ ହେତୁ ଆଜିର କାମଗୁଡିକ ପାଇଁ ସାମାନ୍ୟ ହଇରାଣ ହେବାକୁ ପଡିବ। କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାରବିମର୍ଶ ଚଳାଇ ପାରନ୍ତି। ସ୍ବାର୍ଥ ହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ଆମତ୍ୀୟମାନେ ଭୁଲ୍‌ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି।

*ତୁଳା:* ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ପ୍ରାପ୍ତ ହୋଇ ଆଜିର କାମଗୁଡିକ ସହଜରେ ସମ୍ପନ୍ନ ହୋଇପାରିବ। ପୂର୍ବରୁ ନେଇଥିବା ନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ହଠାତ୍‌ ବନ୍ଧୁଙ୍କ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।

*ବିଛା:* ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି ମନ ଅନୁଯାୟୀ କାମ କରିବାକୁ ଦେଇ ନ ପାରେ। ଅବଶ୍ୟ ଅତୀତରେ ଘଟିଯାଇଥିବା ପାରିବାରିକ ବ୍ୟତିକ୍ରମକୁ ନେଇ ମନ ଭାରାକ୍ରାନ୍ତ ରହପାରେ। ସ୍ବାସ୍ଥ୍ୟ ସମସ୍ୟା ଉଦ୍‌ବେଗଜନକ ନ ହେଲେ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। ପ୍ରଶାସନିକ ସ୍ତରରେ, ପ୍ରକାଶନ କ୍ଷେତ୍ରରେ, ବାଣିଜ୍ୟରେ ସମସ୍ୟା ଦୂର ହେବ।

*ଧନୁ:* ଚନ୍ଦ୍ର ଓ ଶୁକ୍ରଙ୍କ ପ୍ରତି ଶନିଦୃଷ୍ଟି ପ୍ରତ୍ୟେକ କ୍ଷେତ୍ରକୁ ଅସ୍ଥିର କରାଇବ। ଭାବୁଥିବେ ଗୋଟିଏ କଥା କିନ୍ତୁ ପରିସ୍ଥିତିରେ ପଡି ତାହା କରିବାରେ ଅସମର୍ଥ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ।

*ମକର:* ମଙ୍ଗଳଙ୍କ ସୁପ୍ରଭାବରୁ ସାହସର ସହ ପ୍ରତ୍ୟେକ କାମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। କିନ୍ତୁ ମତାନ୍ତର ଜନିତ ଉଚ୍ଚ ପଦାଧିକାରୀଙ୍କ ସହ ମତ ପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟାରମ୍ଭରେ ଆପଣ କେତେକ କାରଣକୁ ନେଇ ଅନ୍ୟମାନଙ୍କ ପରି ଖୁସି ହୋଇ ପାରିବେ ନାହିଁ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

*କୁମ୍ଭ:* ଦୈହିକ ସୁସ୍ଥତା ରହିଥିଲେ ମଧ୍ୟ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ରହିପାରନ୍ତି। ଯାନବାହନ, ଲୋକ ସମ୍ପର୍କ, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରିବା ପୂର୍ବରୁ ଆଉଥରେ ଚିନ୍ତା କରିବା ଭଲ ହେବ।

*ମୀନ* ବାଧକାଧିପତି ତୃତୀୟସ୍ଥ ରହି ଭ୍ରାତୃ ସମ୍ପର୍କ କିମ୍ବା ସହକର୍ମୀଙ୍କ ସହ ସୁସମ୍ପର୍କକୁ ବ୍ୟାହତ କରିବ। କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରି ପାରିବେ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button