April 25, 2024

ଆଜିର ରାଶିଫଳ

1 min read

Zodiac

ଆ.ଓ.ରି(ତା୧୭|୫)-

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କ ଠାରୁ ଶୁଭ ଖବର ପାଇବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଆଜି ଆପଣ ଉର୍ଜାବାନ ରହିବେ। ଯୋଜନା ପ୍ରସ୍ତୁତ କରିବେ; ଏହାକୁ କ୍ରିୟାନ୍ଵିତ କରିବାର ମନୋଭାବରେ ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମିଥୁନ: ବୈବାହିକ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

କର୍କଟ: ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ଵ ଆଣିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଚାକିରିରେ ଉନ୍ନତି ହେବ। କ୍ରିକେଟ ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ସିଂହ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। କାମଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଘରର ମାହୋଲ୍‌ ଭଲ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀ ଗଣେଶ।

କନ୍ୟା: ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସଂସ୍ପର୍ଶରେ ଥିବା ଲୋକେ ପ୍ରଭାବିତ ହେବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଚାକିରି ସମ୍ବନ୍ଧରେ ଭଲ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ୍‌ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଆତ୍ମ ଚିନ୍ତନରେ ଅଧିକ ସମୟ କଟିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ରାଜନୀତିରେ ମନୋକାମନା ପୂରଣ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ଧନୁ: ଦିନଟିର ଆରମ୍ଭ ଖୁସିର ସହିତ ହେବ। କ୍ୟାରିୟର ସହିତ ସଂଲଗ୍ନ ନୂଆ ସୁଯୋଗ ମିଳିପାରେ। ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା କପିଳାସ।

ମକର: ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: କୁତର୍କରୁ ନିବୃତ୍ତ ରହନ୍ତୁ। ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ବେପାରରେ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ପ୍ରେମିକା ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ଉତ୍ସାହ ବର୍ଧକ ରହିବ। ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ଯାଇପାରନ୍ତି। ସିନେ କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.