June 2, 2024

ଆଜିର ରାଶିଫଳ

1 min read

Zodiac

ଆ.ଓ.ରି(ତା୧୪|୫)

*ମେଷ*
ସ୍ଥିର ସ୍ଵଭାବ ଏବଂ ଉତ୍ତମ କଥା ପାଇଁ କାଯ୍ୟରେ ଆଗକୁ ବଢିବେ। ଅତିରିକ୍ତ ଆୟର ସମ୍ଭାବନା ସହିତ ନିଜ ଆତ୍ମବଳ ପାଇଁ ଦ୍ଵିଗୁଣା ଲାଭବାନ ହେବେ। କିଛି ଖବର ପାଇ ମାନସିକ ଶାନ୍ତି ମିଳିବ।

*ବୃଷ*
କର୍ମ ବା ବ୍ୟବସାୟ ପାଇଁ ଦୂର ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ପାଇଁ ଥିବା ଚିନ୍ତାରୁ ମୁକ୍ତି ମିଳିବ। ନୂତନ ବନ୍ଧୁ ମିଳିନ। ପରିଶ୍ରମ କଲେ କାର୍ଯ୍ୟ ସିଦ୍ଧି ହେବ ଓ ବ୍ୟବସାୟ ବଢିବ।

*ମିଥୁନ*
ନୂଆ ଲକ୍ଷ ନିର୍ଦ୍ଧାରଣ କରି ତାହାକୁ ପାଇବା ପାଇଁ ଚେଷ୍ଟା କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଭିବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଯୋଜନା କରିବେ।

*କର୍କଟ*
ଜମିବାଡ଼ି, ଯାନବାହାନ କିଣା ବିକା କରି ପାରନ୍ତି। କ୍ରମ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ। ପୈତୃକ ସମ୍ପତ୍ତି ପାଇଁ ଚାଲିଥିବା ସମସ୍ୟାର ସମାଧାନ ହେବ। ବିବାହ କିମ୍ବା କିଛି ମାଙ୍ଗଳିକ କାର୍ଯ୍ୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।

*ସିଂହ*
ପରୋପକାର କିମ୍ବା ସମାଜସେବା କାର୍ଯ୍ୟରେ ମନ ବଳିବ। ଗୃହ ଏବଂ ଜମିବାଡ଼ି ସମସ୍ୟାର ସମାଧାନ ପାଇ ମାନସିକ ଶାନ୍ତି ମିଳିବ। ନିଜ କାମ ଓ ପ୍ରଶଂସା ପାଇଁ ଉଚ୍ଚପଦ ମିଳିବାର ସମ୍ଭାବନା ଅଛି।

*କନ୍ୟା*
କ୍ରମ କ୍ଷେତ୍ରରେ ଯାତ୍ରା କିମ୍ବା ସ୍ଥାନାନ୍ତର ଯୋଗ ରହିଛି। ପାରିବାରିକ ସମ୍ପର୍କ ସୁଦୃଢ ହେବ। କ୍ରୋଧିତ ହେଲେ କାର୍ଯ୍ୟରେ ବିଫଳତା ମିଳିବ। ନୂଆ ଚାକିର କିମ୍ବା ବ୍ୟବସାୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।

*ତୁଳା*
ପ୍ରେମ ଓ ବୈବାହିକ ଜୀବନରେ ସମ୍ପର୍କ ନିବିଡ ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟରେ ନୂଆ ଅର୍ଡର ମିଳିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ।

*ବିଛା*
ଶତୃମାନେ ପରାସ୍ତ ହେବେ। ଅଚାନକ ଧନ ପ୍ରାପ୍ତିର ସୂଚନା ମିଳିବ। ଜୀବନଶୈଳୀ ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ଅଧିକ ଲାଭବାନ ହେବେ।

*ଧନୁ*
ଗୁରୁଜନଙ୍କ ଆଶୀର୍ବାଦ ପାଇଁ ସମସ୍ତ କାର୍ଯ୍ୟରେ ସୁଫଳ ମିଳିବ। ଅଧିକ ପରିଶ୍ରମ ପାଇଁ ଅଧିକ ରୋଜଗାର କରିବେ। ଆଜି ଦିନରେ ଭଲ ଚାକିର, ଯଶ, ମାନ-ସମ୍ମାନ ଆଦି ମିଳିବାର ସମ୍ଭାବନା ଅଛି।

*ମକର*
ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଖବର ମିଳିବ। ଚାକିରୀ କ୍ଷେତ୍ରରେ ପରିଶ୍ରମ ଓ ଉତ୍ତମ କଥାବାର୍ତ୍ତା ପାଇଁ ସ୍ଥିତି ବଦଳିବ। ଲାଗିରହିଥିବା ପାରିବାରିକ କଳହ ଦୂର ହେବ। ଦୂରଯାତ୍ରା କଲେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ।

*କୁମ୍ଭ*
ପଡୋଶୀଙ୍କ ସହ କଳହ ଦୂର ହୋଇ ସୁସମ୍ପର୍କ ସ୍ଥାପନ ହେବ। ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିପାରନ୍ତି। ବ୍ୟବସାୟରେ ନୂଆ କାମ କିମ୍ବା ଅର୍ଡର ମିଳିବାର ସମ୍ଭାବନା ଅଛି। ସମସ୍ତ କାର୍ଯ୍ୟ ଶାନ୍ତିପୂର୍ବକ ସମ୍ପର୍ଣ୍ଣ ହେବ।

*ମୀନ*
ଶୁଭ ଖବର ପାଇ ମାନସିକ ଶାନ୍ତି ମିଳିବ। ସାହାଯ୍ୟ ପାଇ ଆର୍ଥିକସ୍ଥିତିରେ ସୁଧାର ଆସିବ। ଶତୃମାନଙ୍କ ପରାଜୟ ହେବ। ଘରକୁ ନୂଆ ବନ୍ଧୁ ବାନ୍ଧବ ଆସି ପାରନ୍ତି। ମାତା-ପିତାଙ୍କ ଆଶୀର୍ବାଦରେ ଉର୍ନତି କରିବେ.

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.