April 16, 2024

ଆଜିର ରାଶିଫଳ

1 min read

Zodiac

ଆ.ଓ.ରି(ତା୪|୫)-

ମେଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ମନରେ ଭାବନା ଉଦ୍ରେକ ହେବ। ସବୁ ଲୋକ ଆପଣଙ୍କ କାମରେ ଯଥେଷ୍ଟ ପ୍ରଭାବିତ ହେବେ। ପୂର୍ବରୁ ବାକି ପଡ଼ିଥିବା ପଇସା ମିଳିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ପୁରୁଣା ସମସ୍ୟା ସାମନାକୁ ଆସିପାରେ। ଗୁରୁତ୍ଵପୂର୍ଣ୍ଣ ଦଲିଲ ଭଲଭାବେ ପଢ଼ି ଦସ୍ତଖତ କରନ୍ତୁ। ପଇସା ସମ୍ବନ୍ଧିତ କୌଣସି ମାମଲା ସମାଧାନ ହୋଇଯିବ। ଆୟ ବୃଦ୍ଧି ଲାଗି ଅବସର ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମିଥୁନ: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଆପଣଙ୍କ ଚଞ୍ଚଳ ସ୍ୱଭାବ ପାଇଁ ଟିକେ ବିରକ୍ତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସଂପତ୍ତି ବିବାଦ ସମାପ୍ତ ହେବ। ଚାକିରିରେ ଉନ୍ନତି ହେବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ସିଂହ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଜରୁରୀ କାମ ବ୍ୟବସ୍ଥିତ କରିବାରେ ଦ୍ଵିଗୁଣା ପରିଶ୍ରମ କରିବେ। ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ପ୍ରେମିକାଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଶାରଳା।

ତୁଳା: ସ୍ଥଗିତ ଥିବା କାମର ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ପାଇବେ। ଆପଣଙ୍କ ବ୍ୟବହାର ମଧୁର ରହିବ। ବ୍ୟବସାୟରେ ନୂଆ ସଉଦା ହେବ। ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ବିଛା: ଉନ୍ନତି ପାଇଁ କୌଣସି ନୂଆ ସୁଯୋଗ ମିଳିବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ପାଟଣେଶ୍ୱରୀ।

ଧନୁ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଯାହା ବି କାମ ଆରମ୍ଭ କରିବେ ଅଳ୍ପ ସମୟରେ ପୂରା କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରି ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଇଚ୍ଛାଶକ୍ତି କିଛି ମାତ୍ରାରେ ଆପଣଙ୍କୁ ବିରକ୍ତ କରିପାରେ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ସାକ୍ଷାତକାରରେ ସଫଳତା ପାଇବେ। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ସେବା ସତ୍କାରରେ କଟିବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆୟ ତୁଳନାରେ ବ୍ୟୟର ମାତ୍ରା ଅଧିକ ହେବ। ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ମାନନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣ କିଛି ନୂଆ କରି ଦେଖାଇବା ପାଇଁ ଯୋଜନା କରିପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ଡୀ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.