ରାଶିଫଳ

ଆଜିର ରାଶିଫଳ

ଆଓରି(ତା୨୭|୪)-

ମେଷ: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ନିଷ୍ଠାର ସହିତ ଦାୟିତ୍ଵ ନିର୍ବାହ କରିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ସାକ୍ଷାତକାରରେ ସଫଳତା ହାସଲ କରିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ବିରଜା।
 ବୃଷ: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ମିଳିବ।
ଶୁଭରଙ୍ଗ: ସବୁଜ।
ଆରାଧନା: ମାଆ ଶାରଳା।
 ମିଥୁନ: ଦିନଟି ଆପଣଙ୍କ ଲାଗି ସହଜ ହେବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଭାବି ପାରନ୍ତି। ଚାକିରି ତଲାସରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ନେତାଙ୍କ ସହିତ ସଂପର୍କ ମଜଭୁତ ହେବ।
ଶୁଭରଙ୍ଗ: କମଳା ରଙ୍ଗ।
ଆରାଧନା: ବାବା ହରିଶଙ୍କର।
 କର୍କଟ: ଆପଣଙ୍କ ଉପରେ ପ୍ରଭୁଙ୍କ କୃପା ଦୃଷ୍ଟି ରହିଛି। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ବୈବାହିକ ଜୀବନ ପାଇଁ ଦିନଟି ଭଲ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ କାଳୀଜାଈ।
 ସିଂହ: ସାରାଦିନ ଆପଣ ସ୍ଫୂର୍ତ୍ତିଶୀଳ ରହିବେ। ଆପଣଙ୍କ ସରଳତା ପାଇଁ ପ୍ରିୟବନ୍ଧୁ ଖୁସି ରହିବେ। ନୂତନ କାରବାର ଲାଗି ସମୟ ଶୁଭ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଆପଣ ନିଜର ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।
ଶୁଭରଙ୍ଗ: ସବୁଜ।
ଆରାଧନା: ମାଆ ପାଟଣେଶ୍ୱରୀ।
 କନ୍ୟା: ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ। ପ୍ରିୟବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଅଫିସରେ ନିଜର କଥା ଠିକ ଢଙ୍ଗରେ ରଖନ୍ତୁ। ଭାବିଥିବା କାମ ପୂରା ହୋଇଯିବ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ଶୁଭରଙ୍ଗ: ଧଳା।
ଆରାଧନା: ମହାଲକ୍ଷ୍ମୀ।
 ତୁଳା: ଦିନଟି ଦୁଃଖ-ସୁଖ ଭରା ରହିବ। ଇଚ୍ଛାଶକ୍ତି କିଛିମାତ୍ରାରେ ଅଶାନ୍ତି କରିପାରେ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।
ଶୁଭରଙ୍ଗ: ନୀଳ।
ଆରାଧନା: ମାଆ ଭଦ୍ରକାଳୀ।
 ବିଛା: ଭାଗ୍ୟର ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ପାଇବେ। ବନ୍ଧୁ ଓ ପାଖଲୋକଙ୍କ ସହିତ ସୌହାର୍ଦ୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ମାଣିକେଶ୍ୱରୀ।
 ଧନୁ: କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ କିଣିବା ହେତୁ ଖୁସି ଅନୁଭବ କରିବେ।
ଶୁଭରଙ୍ଗ: ଧଳା।
ଆରାଧନା: ବାବା କପିଳାସ।
 ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅଫିସରେ କାମକୁ ଠିକ ଦିଶା ଦେବେ। ବ୍ୟବସାୟରେ ପରିଧି ବଢ଼ିବ।
ଶୁଭରଙ୍ଗ: ସବୁଜ।
ଆରାଧନା: ଶ୍ରୀ ଗଣେଶ।
 କୁମ୍ଭ: ଆଜି ଆପଣ ନିଜକୁ ଊର୍ଜାଭରା ଅନୁଭବ କରିବେ। ଚାକିରିରେ ଉନ୍ନତି ହେବ। ପରିବାରରେ ବଡ଼ଙ୍କ ଠାରୁ ସ୍ନେହ ଓ ଆଶୀର୍ବାଦ ପାଇବେ। ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।
ଶୁଭରଙ୍ଗ: କଫି ରଙ୍ଗ।
ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
 ମୀନ: ନୂଆ କାମଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ପରିବାର ଲାଗି ଦିନଟି ଭଲ ରହିବ। ଯୁବତୀମାନେ ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ।
ଶୁଭରଙ୍ଗ: ଧଳା।
ଆରାଧନା: ମହାଲକ୍ଷ୍ମୀ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button