April 18, 2024

ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ ଧର୍ମଘଟ

1 min read

ନୂଆଦିଲ୍ଲୀ : ବ୍ୟାଙ୍କ ସଂଘର ମିଳିତ ଫୋରମ୍‌ (ୟୁଏଫ୍‌ବିୟୁ) ଅଧୀନରେ ଥିବା ୯ଟି ସଂଘର ଅଧିକାରୀ ଏବଂ କର୍ମଚାରୀ ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ସାମିଲ ହୋଇଛନ୍ତି| ସେଥିପାଇଁ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସେବା ବନ୍ଦ ହୋଇଛି | ଦେଶରେ ଥିବା ପ୍ରାୟ ୭୦ରୁ ୮୦ ହଜାର ସରକାରୀ ବ୍ୟାଙ୍କ ଶାଖାର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ଭାଗ ନେଇଛନ୍ତି | ଧର୍ମଘଟ ଯୋଗୁଁ ଓଡ଼ିଶାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୫୦୦୦ ଶାଖା ମଧ୍ୟ ବନ୍ଦ ରହିଛିକିନ୍ତୁ ଘରୋଇ ବ୍ୟାଙ୍କଗୁଡ଼ିକ ଖୋଲା ରଖାଯାଇଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.