ଆଜି ହେଉଛି ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ,ଏଣେ ହେମାମାଳିନୀଙ୍କ ଜନ୍ମଦିନ ବି
1 min read
ଆଓରି-ନୂଆଦିଲ୍ଲୀ(୧୬/୦୮):ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ। ଏଣେ ଆଜି ହେଉଛି ବଲିଉଡର ସ୍ବପ୍ନ ସୁନ୍ଦରୀ ହେମାମାଳିନୀଙ୍କ ଜନ୍ମଦିନ। ଏଦୁହିଁଙ୍କର ଏକ ଘଟଣା ବେଶ୍ ମଜାଦାର। ଆସନ୍ତୁ ସେହି କଥା ଜାଣିବା।
ଅଟଳ ବିହାରୀ ବାଜପେୟୀ କେବଳ ରାଜନୀତିଜ୍ଞ ନ ଥିଲେ, ତାଙ୍କର ସାହିତ୍ୟ ଓ ଫିଲ୍ମ ପ୍ରତି ମଧ୍ୟ ଯଥେଷ୍ଟ ରୁଚି ଥିଲା।
ଅଟଳ ବିହାରୀ ବାଜପେୟୀ ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ନାୟିକାଙ୍କର ବହୁତ ବଡ଼ ଫ୍ୟାନ୍ ଥିଲେ। ଏବେ ସେହି ଅଭିନେତ୍ରୀ ଜଣକ ଭାରତୀୟ ଜନତା ପାର୍ଟିର ସାଂସଦ ବି। ଏହି ଅଭିନେତ୍ରୀ ତଥା ଲୋକସଭା ସଦସ୍ୟା ହେଲେ ହେମାମାଳିନୀ।
ଅଟଳ ବିହାରୀ ବାଜପେୟୀ ହେମାମାଳିନୀଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ୧୯୭୨ ମସିହାରେ ହେମାମାଳିନୀଙ୍କ ଅଭିନୀତ ଏକ ସୁପରହିଟ୍ ଫିଲ୍ମ ରିଲିଜ୍ ହୋଇଥିଲା। ଏହି ସିନେମାର ଟାଇଟଲ୍ ହେଲା ‘ସୀତା ଔର୍ ଗୀତା’। ଏଥିରେ ହେମାମାଳିନୀ ଉଭୟ ସୀତା ଓ ଗୀତା ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ହେମାମାଳିନୀଙ୍କୁ ଦୁଇଜଣ ନାମୀ ନାୟକ ଧର୍ମେନ୍ଦ୍ର ଓ ସଂଜୀବ କୁମାରଙ୍କ ସହ ଦେଖିବାକୁ ମିଳିଥିଲା। ଜି.ସି ସିପ୍ପୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରମେଶ ସିପ୍ପୀ।
ଆପଣ ଜାଣନ୍ତି କି! ‘ସୀତା ଔର୍ ଗୀତା’ରେ ହେମାମାଳିନୀଙ୍କୁ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ଭାରତର ଏହି ଅଟଳ ରାଜନେତା ଅଟଳ ବିହାରୀ ବାଜପେୟୀ ସେହି ସିନେମାକୁ ୨ ଥର କି ୩ ଥର ନୁହେଁ, ବରଂ ୨୫ ଥର ଦେଖିଥିଲେ। ଏକଥାର ଖୁଲାସା କରିଥିଲେ ନିଜେ ହେମାମାଳିନୀ। ସୂଚନାଯୋଗ୍ୟ ‘ସୀତା ଔର୍ ଗୀତା’ପାଇଁ ହେମାମାଳିନୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍ ଆଓ୍ଵାର୍ଡ ଲାଭ କରିଥିଲେ।