April 25, 2024

ଆଜିର ରାଶିଫଳ

1 min read

ମେଷ: ଚେଷ୍ଟାରେ ସଫଳତା ଲାଭ କରିବା ପାଇଁ କଷ୍ଟ ସହିବାକୁ ପଡ଼ିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧୈର୍ଯ୍ୟବାନ ହେବେ।

ବୃଷ: ଦାନ ଧର୍ମରେ ଦୀକ୍ଷିତ ହୋଇ ଆତ୍ମ ସନ୍ତୋଷ ଲାଭ କରିବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ମନରେ ପ୍ରସନ୍ନତା ଆସିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସର୍ବତ୍ର ଶୁଭ ଓ ସୁଖ ଆଶା କରାଯାଏ।

ମିଥୁନ: ଯାନବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବାକୁ ପଡ଼ିବ। ଉତ୍ତମ ମିତ୍ର ଓ ପୁତ୍ର ଲାଭ ଭଳି ଶୁଭ ସଙ୍କେତ ମିଳୁଛି। ଧନଲାଭ ହୋଇପାରେ। ମଧୁରଭାଷୀ ହୋଇପାରନ୍ତି।

କର୍କଟ: ଉପୁଜି ଥିବା ପାରିବାରିକ ବିବାଦର ସମାଧାନ ହେବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

ସିଂହ: ଗୃହ ନିର୍ମାଣର ଅଗ୍ରଗତି ଘଟିବ। ସନ୍ତାନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ପାତ୍ର ହେବେ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ଶତ୍ରୁ ବିନାଶ କରିବେ।

କନ୍ୟା: ଅଭାବ ଦୂରେଇ ଯିବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଆନନ୍ଦ ଅନୁଭବ କରିବେ। ପ୍ରୀତି ଲାଭ କରିପାରନ୍ତି। ପ୍ରଶଂସାର ପାତ୍ର ହେବେ। ଅନୁଗୃହୀତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

ତୁଳା: କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି। କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେବ। ବ୍ୟୟ ବୃଦ୍ଧି ଘଟିପାରେ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ଗୃହର ପରିବେଶ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ମିଳିବା ଆଶା କରାଯାଏ।

ବିଛା: ବନ୍ଧୁ ମିଳନ ସୁଖଦାୟକ ହେବ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ବିଭାଗୀୟ ସ୍ତରରେ ସମସ୍ତଙ୍କ ପ୍ରିୟପାତ୍ର ହେବେ। କାର୍ଯ୍ୟ କ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି।

ଧନୁ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। କାର୍ଯ୍ୟଶୈଳୀ ଉନ୍ନତମାନର ହେବ। ନୀତିନିଷ୍ଟ ବ୍ୟକ୍ତି ଭାବେ ସମସ୍ତଙ୍କର ଆଦରଣୀୟ ହେବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତି ସ୍ଥାପନ କରିବେ।

ମକର: ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଘଟି ପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ନୂଆ ବନ୍ଧୁ ଜୁଟିବେ। ପୂର୍ବାହ୍ଣରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଆୟ ସ୍ୱଳ୍ପ ପରିମାଣର ହେବ।

କୁମ୍ଭ: ସୁଖ ସମ୍ମାନ ଲାଭ କରିପାରନ୍ତି। ଶୁଭପ୍ରଦ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ଶୁଭ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ନୀତିନିଷ୍ଠ ହେବେ। ଶତ୍ରୁତାର ବିଲୋପ ଘଟିବ।

ମୀନ: ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରତ୍ୟେକ କାର୍ଯ୍ୟରେ ଚଞ୍ଚଳ ଚେଷ୍ଟିତ ହେବେ। ଜନ ସାଧାରଣଙ୍କର ପ୍ରିୟ ଭାଜନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ହେତୁ ସତର୍କ ରହିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.