ରାଶିଫଳ

ଆଜିର ରାଶିଫଳ

ମେଷ: ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ଦେଖା ଦେବ। ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। ସୁ ସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ବୃଷ: ଅସୁବିଧା ଦୂର ପାଇଁ ଆଶ୍ୱସନା ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧାର୍ମିକ ମନୋବୃତ୍ତିର ହେବେ।

ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ସୁଖ ଭୋଗ କରିବାରେ ବାଧା-ବିଘ୍ନ ଉପୁଜି ପାରେ। ଅର୍ଥ ଟାଣ-ଟୁଣ ରହିବ। ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ବ୍ୟବସାୟରେ ସାମାନ୍ୟ ପରିମାଣ ଲାଭ ହେବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ହେବେ।

କର୍କଟ: ଯାତ୍ରାରେ ବନ୍ଧୁ ମାନଙ୍କ ସହିତ ମିଳିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖକର ସମୟ ଉପସ୍ଥିତ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ।

ସିଂହ: ବନ୍ଧୁ ସହଯୋଗ ପାଇଁ ଆନନ୍ଦ ଅନୁଭବ କରିବେ। ଶତ୍ରୁ ନିପାତ କରିବାରେ ସକ୍ଷମ ହେବେ। ଆଶ୍ୱସ୍ତି ମିଳିବ। ମାନସିକ ଶାନ୍ତି ଫେରି ପାଇବେ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।

କନ୍ୟା: ଅଶାନ୍ତି ଦୂରେଇ ଯିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଦ୍ଧ ସ୍ୱଭାବର ହେବେ। ଜନବଲ୍ଲଭରେ ପରିଗଣିତ ହେବେ। ବିଭାଗୀୟ ସୂତ୍ରରୁ ଧନ ଓ ସମ୍ମାନ ମିଳିବ।

ତୁଳା: କୃଷି କର୍ମକୁ ତ୍ୱରାନ୍ୱିତ କରିବାରେ ଉଦ୍ୟମ ଚଳାଇବେ। ଯାନ ବାହନ ସୁଖ ମିଳିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଚିନ୍ତାଶୀଳ ହେବେ।

ବିଛା: ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ। ଅଶାନ୍ତିର ଉପଶମ ହେବ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ: ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳତା ଲାଭ କରିବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ଭାଗ୍ୟବାନ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ।

ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତ ମାନର ହେବ।

କୁମ୍ଭ: କେହି ଆପଣଙ୍କ ପଥରୋଧ କରିବାକୁ ଉଦ୍ୟମ କରି ବିଫଳ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେବା ଉଚିତ୍‍। ଭ୍ରାତୃ ସ୍ନେହ ଅତୁଟ ରହିବ। କଥା ଶୈଳୀରେ କାର୍ଯ୍ୟ ହାସଲ କରିବେ। ସାମାନ୍ୟ ଚେଷ୍ଟାରେ ମନସ୍କାମନା ପୂରଣ ହେବ।

ମୀନ: ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ଶୁଭଙ୍କର। ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ସୁଖ ପାଇବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button