April 16, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ସହକର୍ମୀମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି। ସନ୍‍ମାର୍ଗୀ ହେବେ। ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। କର୍ତ୍ତବ୍ୟ ପରାୟଣ ହେବେ। ମାନବୃଦ୍ଧି ହୋଇପାରେ।

ବୃଷ: ବହୁ ଶୁଭ ଯୋଗ ଅଛି; ମାତ୍ର ଅଷ୍ଟମ ଚନ୍ଦ୍ର ସହିତ ଶନିଯୁକ୍ତ ହେତୁ କ୍ଳାନି ଉପୁଜି ପାରେ। ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ଠିକଣା ସମୟରେ ଦୂରେଇ ଯିବେ।

ମିଥୁନ: ସୁଖ ସମ୍ମାନ ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ। ଶାନ୍ତ ଓ ନିପୁଣ ହେବେ। ସୁଭାଷୀ ହେବେ। ଗୁରୁ, ବ୍ରାହ୍ମଣଙ୍କ ପ୍ରତି ଭକ୍ତି ଭାବ ରହିବ। ପ୍ରବକ୍ତା ହେବା ଆଶାକରାଯାଏ।

କର୍କଟ: ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆଶା କରାଯାଏ।

ସିଂହ: ଚିନ୍ତାମୁକ୍ତ ହେବେ। ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ଦ୍ରବ୍ୟ ଲାଭ ହୋଇପାରେ। ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ।

କନ୍ୟା: ଆତ୍ମ ସଂଯମୀ ହେବେ। କାହା ଦ୍ୱାରା ପ୍ରଭାବିତ ନ ହୋଇ ନିଜ ବୁଦ୍ଧି ବିବେକ, ଜ୍ଞାନ, ଗରିମାକୁ ବ୍ୟବହାର କରି କାର୍ଯ୍ୟ କଲେ ସଫଳତା ପାଇବେ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହେବେ। ବିବାଦରେ ବିଜୟୀ ହେବେ।

ତୁଳା: ଆଳସ୍ୟ ପରାୟଣ ହେଲେ ବି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶ୍ରେଷ୍ଠ ପଦବୀ ମିଳିପାରେ। ବିପୁଳ ଅର୍ଥର ମାଲିକ ହେବେ। ବିଦ୍ୟା ରୂପକ ମହାଧନ ପ୍ରାପ୍ତି ହେବେ। ଶାସ୍ତ୍ରଜ୍ଞ ହେବେ।

ବିଛା: ନୂତନ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟ ସଂପାଦନରେ ଉତ୍ସାହ ବୃଦ୍ଧି ପାଇବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବିଚକ୍ଷଣ ହେବେ। ସବୁରି ପ୍ରିୟଭାଜନ ହୋଇପାରନ୍ତି।

ଧନୁ: କାର୍ଯ୍ୟରେ ମିଶ୍ରିତ ଫଳ ମିଳିପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଦୂରଯାତ୍ରା ପାଇଁ ମନବଳାଇବେ। ଉତ୍ତମ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟିବେ।

ମକର: ଦେବ ଦର୍ଶନର ସୁଯୋଗ ପାଇବେ। ନିରୁତ୍ସାହିତ ହୋଇପାରନ୍ତି। ଧନପ୍ରାପ୍ତି ପାଇଁ ଅପରାହ୍ଣ ପ୍ରକୃଷ୍ଟ ସମୟ ଅଟେ। ଜ୍ଞାନ ଗରିମାଯୁକ୍ତ ହେବେ। ଖର୍ଚ୍ଚ ପରିମାଣ ଅଧିକ ହୋଇପାରେ। ମଧୁର ସମ୍ଭାଷଣ ଯୋଗୁଁ ଆଦରଣୀୟ ହେବେ।

କୁମ୍ଭ: ନାନା ସୁଖର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମକୁ ନିଷ୍ଠାର ସହ ପାଳନ କରିବେ। ଶତ୍ରୁମାନଙ୍କୁ ପରାଜିତ କରି ବିଜୟ ବାନା ଉଡ଼ାଇ ପାରନ୍ତି। ଶୁଭ କାର୍ଯ୍ୟରେ ଅଗ୍ରଣୀ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମୀନ: କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଚିନ୍ତାଧାରା ଉନ୍ନତ ମାନର ହେବ। ଆତ୍ମୀୟଙ୍କ ସହ ସଂପର୍କ ରଖିଲେ ଭବିଷ୍ୟତ ପାଇଁ ହିତକର ହେବ। ବିଜୟୀ ହେବେ। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି। ପ୍ରଥିତ ପ୍ରତାପୀ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.