ରାଶିଫଳ

ଆଜିର ରାଶିଫଳ

ମେଷ: ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ଅତ୍ୟଧିକ ପରିଶ୍ରମ କରି ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ପରାମର୍ଶ ନେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ବୃଷ: ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ଉଚ୍ଚ ଆଶା ଫଳବତୀ ହେବ। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଅଧିକ ଲାଭବାନ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ନୂଆ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ସତ୍‍ସଙ୍ଗୀ ହେବେ। ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟରେ ସଫଳତା ମିଳିବ। ଧାର୍ମିକ ଅନୁଷ୍ଠାନର ନେତୃତ୍ୱ ନେଇ ଆନନ୍ଦ ଅନୁଭବ କରିବେ। କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମନୋରଞ୍ଜନ କରିପାରନ୍ତି।

କର୍କଟ: ଦେବ ଦର୍ଶନ କରି ଆଶ୍ୱସ୍ତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ଚଞ୍ଚଳ ପ୍ରକୃତିର ହେବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ।

ସିଂହ: ଦାୟିତ୍ୱରେ ପରିବର୍ତ୍ତନ ଘଟିବ। କୃଷିକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ଶତ୍ରୁ ଭାବ ବୃଦ୍ଧି ହେଲେ ବି ଅନିଷ୍ଟ ହେବାର ପ୍ରଶ୍ନ ଉଠୁନାହିଁ। ଗୃହର ପରିବେଶ ସ୍ୱାସ୍ଥ୍ୟ ରକ୍ଷାକାରକ ହେବ।

କନ୍ୟା: ପାରିବାରିକ ଆନନ୍ଦ ଅନୁଭବ କରିବେ। ଲକ୍ଷ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡ଼ିବ। ଶ୍ରେଷ୍ଠ ପଦପଦବୀ ମିଳିବ। ମାନ୍ୟତା ପ୍ରାପ୍ତ ହେବେ। ଧର୍ମ-ଧାରଣାରେ ନିଜକୁ ସାମିଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ।

ତୁଳା: ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍କରି ଗଢ଼ିତୋଳିବ। ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି।

ବିଛା: ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଖୁସି ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଊଣା ହେବ ନାହିଁ। କର୍ମରେ ଉତ୍ସାହ ବୃଦ୍ଧି ପାଇବ। ଶତ୍ରୁନାଶ କରିବେ। ଅର୍ଥ ସଞ୍ଚୟ କରିବେ।

ଧନୁ: ମାର୍ଗ କ୍ଳେଶକର ହୋଇପାରେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସନ୍ତାପିତ ହୋଇପାରନ୍ତି। କାର୍ଯ୍ୟ ପ୍ରାପ୍ତି ବିଳମ୍ବିତ ହୋଇପାରେ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ପ୍ରିୟଭାଷୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର: କାର୍ଯ୍ୟ ଶୃଙ୍ଖଳିତ ହେବ। ମନପ୍ରସନ୍ନ ରହିବ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଶାନ୍ତି-ସନ୍ତୋଷ ଲାଭ କରିବେ। ଉନ୍ନତିମାର୍ଗରେ ଗତି କରିପାରନ୍ତି। ବହୁଦିନର ଆଶାପୂରଣ ହୋଇପାରେ। ଆଗାମୀ ସମୟ ପାଇଁ ଆଜିଦିନଟି ହିତକର ହେବ।

କୁମ୍ଭ: ସୁଖ-ସମ୍ମାନ ଲାଭ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆତ୍ମୀୟମାନଙ୍କ ସହିତ ଭ୍ରମଣ ଯୋଗ ମିଳିବ। ବିଭାଗୀୟ ଅର୍ଥ ମିଳିବ। କୀର୍ତ୍ତି, ମତି, ସ୍ୱତ୍ତ୍ୱ, ସନ୍ତୋଷ ବହୁବିଧ ଧନ ମିଳିବ।

ମୀନ: ଚିନ୍ତାଧାରା ଉନ୍ନତମାନର ହେବ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ବିଳାସ-ବ୍ୟସନ କରିପାରନ୍ତି। ଧର୍ମ-ଧାରଣାରେ ବ୍ରତୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୁଣଜ୍ଞ ହେବେ। ନୀତିନିଷ୍ଠ ଓ ବିନୀତ ସ୍ୱଭାବର ହେବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button