April 19, 2024

ଆଜିର ରାଶିଫଳ

1 min read

ମେଷ: ଉଚ୍ଚ ମହଲରେ ପରିଚିତ ହେବେ। ପରୋପକାରୀ ହୋଇପାରନ୍ତି। କର୍ମରେ ଅଗ୍ରଗତି ଘଟିବ। ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ, ସୁବର୍ଣ୍ଣ ସଂପଦଯୁକ୍ତ, ଅନୁଚରଯୁକ୍ତ ଓ ବଳବାନ ହୋଇପାରନ୍ତି।

ବୃଷ: ଅତୀତ ସମସ୍ୟାରେ ବିମୁଖ ହୋଇପାରନ୍ତି। ଧନକ୍ଷୟ ହେବାର ସୂଚନା ମିଳୁଛି। କେବଳ ଯୁଗ୍ମ ବ୍ୟବସାୟରେ କିଛିଟା ଲାଭ ମିଳିପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ହେବେ।

ମିଥୁନ: ସଞ୍ଚିତ ଧନ ଶୁଭ କର୍ମ ପାଇଁ ବ୍ୟୟ କରିପାରନ୍ତି। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ଆୟ ସନ୍ତୋଷଜନକ ହେବ। ଉଚ୍ଚ ଆଶା ଫଳବତୀ ହେବ। କର୍ମ ଚଞ୍ଚଳ ରହିବେ। ଉଚ୍ଚକର୍ତ୍ତୃପକ୍ଷଙ୍କ ସହାୟତା ପାଇବେ।

କର୍କଟ: ସତ୍‍ପ୍ରେରଣା ପାଇ ଖୁସି ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟରେ ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତ ମାନର ହେବ। ଗୁରୁ କୃପା ଲାଭ କରିବେ। ପାରିବାରିକ ସମସ୍ୟା ସୁଧୁରି ଯିବ।

ସିଂହ: ଶତ୍ରୁ କବଳରୁ ରକ୍ଷା ପାଇବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପରିଶ୍ରମ ଅଧିକ ହେବ; ମାତ୍ର ଲାଭ ସ୍ୱଳ୍ପ ପରିମାଣର ହେବ। ବିବାଦୀୟ ପରିସ୍ଥିତିରେ ସମ୍ମୁଖୀନ ହେବେ। ନୀଚ ସଂପର୍କରୁ ଦୂରେଇ ରହିବା ଭଲ।

କନ୍ୟା: ମନଯୋଗ ସହକାରେ ନୂତନ କାର୍ଯ୍ୟ କରିବେ। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଅର୍ଥ ପ୍ରାପ୍ତ ହେବେ। ପ୍ରୀତି ଲାଭ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ।

ତୁଳା: ସାଧାରଣ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇ ଖୁସି ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବାକୁ ପଡ଼ିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ସାମନା କରିବାକୁ ପଡ଼ିବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ବିଛା: ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିବେ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ: ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ମାର୍ଗ ଦର୍ଶକ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସାଧନାରେ ସିଦ୍ଧି ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ମୂଲ୍ୟବାନ ଦ୍ରବ୍ୟ ମିଳିପାରେ।

ମକର: ଅଚାନକ ଭାବେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ବୃଦ୍ଧି ସହିତ ବ୍ୟୟ ଅତ୍ୟଧିକ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିପାରେ। ଭୁଲ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରକୁ ଶୃଙ୍ଖଳିତ ଓ ଉଜ୍ଜ୍ୱଳମୟ କରିପାରନ୍ତି। ସୁପରାମର୍ଶ ଦେଇ ସହକର୍ମୀଙ୍କ ଠାରୁ କାର୍ଯ୍ୟ ଆଦାୟ କରିବାରେ ସକ୍ଷମ ହେବେ। ସରକାରୀ କୃପା ଲାଭ କରି ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।

ମୀନ: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନରେ ସେବା ଭାବ ଜାଗରିତ ହେବ। ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟବାନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପାରିବାରିକ ଶାନ୍ତି ମିଳିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.