ରାଶିଫଳ

ଆଜିର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବାକ୍‍ ପଟୁତାରେ ପ୍ରତିଷ୍ଠା ଲାଭ କରିବେ। ଶାନ୍ତି, ସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ସଫଳ ହେବେ। ମୂଲ୍ୟବାନ ଦ୍ରବ୍ୟ କିଣିବେ।

ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ଅର୍ଥ ପ୍ରାପ୍ତ ହେବେ। ଉଚ୍ଚଆଶା ଫଳବତୀ ହେବ। ବ୍ୟବସାୟରେ ଅଧିକ ଲାଭବାନ୍‍ ହୋଇପାରନ୍ତି। ଠାକୁରଙ୍କ ସେବାରେ ନିୟୋଜିତ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ବ୍ୟକ୍ତିଗତ ସମସ୍ୟାରେ ବ୍ୟସ୍ତ ରହିପାରନ୍ତି। ସମ୍ମାନିତ ହେବେ। ମନସ୍କାମନାପୂର୍ଣ୍ଣ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ପ୍ରୀତିଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ସର୍ବାଙ୍ଗୀଣ ଉନ୍ନତି ଘଟିପାରେ।

କର୍କଟ: ଦିନଟି ସମସ୍ୟା ବହୁଳ ହେଲେ ବି; ସନ୍ଧ୍ୟା ପରେ ସମସ୍ତ ଜଟିଳ ସମସ୍ୟାର ସମାଧାନ ହେବ। କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପଡ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଜନସାଧାରଣଙ୍କୁ ଶୁଭେଚ୍ଛାରୁ କ୍ଷମତାଶାଳୀ ହେବେ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଳାସ-ବ୍ୟସନ କରିପାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତା ପାଇବେ। ବନ୍ଧୁଙ୍କ ସହଯୋଗରେ କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।

କନ୍ୟା: ଧାର୍ମିକ ଚେତନାର ବଶବର୍ତ୍ତୀ ହୋଇପାରନ୍ତି। ବିଭିନ୍ନ ସ୍ତରରେ ପ୍ରଶଂସାର ପାତ୍ର ହେବେ। ଆଶା ପୂର୍ଣ୍ଣ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବାନ ହେବେ। ଧୈର୍ଯ୍ୟହରା ନ ହୋଇ ଉଦ୍ୟମ ଚଳାଇଲେ ଅର୍ଥ ପ୍ରାପ୍ତି ହେବେ।

ତୁଳା: ମନ ପ୍ରସନ୍ନ ରହିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବ୍ୟବହାର କୁଶଳତା ଯୋଗୁଁ ସାମାଜିକ ସ୍ତରରେ ଆଦର ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଲକ୍ଷ୍ମୀ ବରଦାୟିକା ଥିବାରୁ ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଧୈର୍ଯ୍ୟହରା ନ ହୋଇ ଉପୁଜି ଥିବା ସମସ୍ୟାର ମୁକାବିଲା କରିବେ। ବିଖ୍ୟାତ କର୍ମ କରି ଆତ୍ମ ତୃପ୍ତି ପାଇବେ। ଲୋକପ୍ରିୟତା ଅର୍ଜନ କରିବେ। ସତ୍ୟରତ ହୋଇ, ଖର୍ଚ୍ଚାନ୍ତ ହେବେ। କୃତଜ୍ଞ ହେବେ।

ଧନୁ: ଆର୍ଥିକ ସମସ୍ୟାର ପରିସମାପ୍ତି ଘଟାଇ ପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। ପାରିବାରିକ ସୁଖ, ଶାନ୍ତି ମିଳିବ। ବ୍ୟବସାୟ ଲାଭଜନକ ହେବ। ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।

ମକର: ପରର ଉପକାର କରିବାକୁ ଯାଇ ନିଜେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାନ୍ତି, ସନ୍ତୋଷ ଲାଭ କରିବେ। ଉନ୍ନତିପଥରେ ଆଗେଇବେ। ବ୍ୟବସାୟରେ ସଫଳ ହେବେ। ଧର୍ମ-ଧାରଣାରେ ରହିବେ।

କୁମ୍ଭ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଦୃଢ଼ ମନୋବଳରେ ଚେଷ୍ଟା ଚଳାଇ ସଫଳତା ଲାଭ କରିବେ। ଅତିଥି, ଗୁରୁ ଓ ଦେବପୂଜା ନିରତ ହେବେ। ତୀର୍ଥ ଯାତ୍ରାଦି କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ହର୍ଷଯୁକ୍ତ ଓ ମୁନି ସଦୃଶ ବେଶଧାରୀ ହେବେ।

ମୀନ: ଧୈର୍ଯ୍ୟବାନ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି କାହାରି ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ। ପ୍ରତ୍ୟେକ କାର୍ଯ୍ୟରେ କିଛି ଅଭାବ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button