ରାଶିଫଳ

ଆଜିର ରାଶିଫଳ

ମେଷ: ମାନସିକ ଶାନ୍ତି ଫେରି ପାଇବେ। ଦେବ ଦର୍ଶନ ଶୁଭ ଦାୟକ ହେବ। ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ରହି ନ ପାରେ। ଆଜି ପୂର୍ବାହ୍ଣରେ ସତର୍କତା ସହ ଚଳିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳି ପାରେ।

ବୃଷ: ଯୋଗାଯୋଗ ଫଳ ଦାୟକ ହେବ। ଖାଦ୍ୟ-ପେୟ ପ୍ରତି ବିତୃଷ୍ଣା ଭାବ ଆସିପାରେ। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟକୁ ଅପେକ୍ଷା କରିବେ। ଆନନ୍ଦ ଉପଭୋଗ କରିବେ।

ମିଥୁନ: ଯୋଜନା ଫଳବତୀ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ସମ୍ବାଦ ମିଳିବ। ଦିନଟି ଶୁଭଙ୍କର। ଋଣ ପରିଶୋଧ କରିପାରନ୍ତି।

କର୍କଟ: ଆଇନ ଗତ ସମସ୍ୟାରେ ଶୁଭଫଳ ପ୍ରାପ୍ତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନ ପ୍ରତି ଗୁରୁତ୍ୱ ଦେବେ।

ସିଂହ: ମନରେ ବ୍ୟାକୁଳତା ଉପୁଜି ପାରେ। ଆଶ୍ୱସନା ମିଳିପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟି ପାରେ। ଅଧିକ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍‍ କିଛି ଧନ ମିଳିବ।

କନ୍ୟା: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ଉପଶମ ହେବ। ବିଭାଗୀୟ ସ୍ତରରୁ ଲାଭବାନ ହେବେ।

ତୁଳା: ଉଚ୍ଚ ଆଶା ଫଳବତୀ ହୋଇପାରେ। ଧର୍ମାସକ୍ତ; ମତିମାନ୍‍, ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତୃ ବର୍ଗ ସହ ସେବାପନ୍ନ ହୋଇପାରନ୍ତି। ନୀତିଜ୍ଞ ହେବେ। କୌଣସି କାରଣରୁ ମନ ବିଷାଦିତ ହୋଇପାରେ।

ବିଛା: ବିପଦ ଦୂରେଇ ଯିବ। ସୁଖ ସମ୍ମାନ ଲାଭ କରିବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‍ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତ ହେବ।

ଧନୁ: ସେବା ମନୋବୃତ୍ତି ଗ୍ରହଣ କରି କାର୍ଯ୍ୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେବା ଆପଣଙ୍କ ପକ୍ଷେ ଶ୍ରେୟସ୍କର। ଶୁଭକାର୍ଯ୍ୟ ପାଇଁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

ମକର: ଆନନ୍ଦ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

କୁମ୍ଭ: ଆୟ ଆଶାନୁରୂପ ହେବ। ସୁ ସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମୀନ: ମନ ଫୂର୍ତ୍ତି ରହିବ। କର୍ତ୍ତବ୍ୟ ପାଳନ କରି ଆତ୍ମ ସନ୍ତୋଷ ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିମାର୍ଗରେ ମନ ବଳିବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button