May 19, 2024

ଆଜିର ରାଶିଫଳ

1 min read

ମେଷ: ପାରିବାରିକ ଚିନ୍ତା ବୃଦ୍ଧି ହେବ। ବାଦାନୁବାଦ ଉପୁଜି ପାରେ। ଶାରୀରିକ ସ୍ତରରେ କ୍ଳେଶ ଉପୁଜି ପାରେ। ନିଜ ଲୋକମାନେ ଦାଉ ସାଧିବାକୁ ଚେଷ୍ଟା ଚଳାଇବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

ବୃଷ: ଯୋଗାଯୋଗରେ ଲାଭବାନ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ମନରେ ସରସତା ଆସିବ। ଉଚ୍ଚ କର୍ମରେ ନିୟୋଜିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ମିଳିବ।

ମିଥୁନ: ଅର୍ଥ ପ୍ରାପ୍ତିର ସନ୍ଧାନ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପାରିବାରିକ ଶାନ୍ତି ମିଳିବ। ମିଠା କଥା କହି ପରକୁ ଆପଣାର କରିପାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତା ମିଳିପାରେ।

କର୍କଟ: କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନୀତିନିଷ୍ଠ ହୋଇପାରନ୍ତି। ମୂଲ୍ୟାବାନ ଦ୍ରବ୍ୟ ଲାଭ ହୋଇପାରେ। ଗୁରୁକୃପା ଲାଭ କରିବେ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟକରିପାରନ୍ତି। ପରିଶ୍ରମ ଅଧିକ ହେବ; ମାତ୍ର ଲାଭର ପରିମାଣ ସ୍ୱଳ୍ପ ହୋଇପାରେ। ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନୀଚ ସଂପ୍ରଦାୟଙ୍କଠାରୁ ଦୂରେଇ ରହିବ ଭଲ।

କନ୍ୟା: ପରିସ୍ଥିତି ପ୍ରତି ଉଦାସୀନ ରହିପାରନ୍ତି। ଶ୍ରମ ସାର୍ଥକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଲାଭ କରିପାରନ୍ତି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ।

ତୁଳା: ଅନ୍ୟର ମଙ୍ଗଳ ହେବ। ଅନୁଗୃହୀତ ହୋଇପାରନ୍ତି। ସାମାନ୍ୟ କାରଣରୁ ମନରେ ଅଶାନ୍ତି ଦେଖା ଦେଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭୁଲ ଖବର ପାଇ ବିବ୍ରତ ହେବେ।

ବିଛା: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହୋଇପାରେ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଧନପ୍ରାପ୍ତ ହେବେ। ପରିବାରିକ ଶାନ୍ତି ମିଳିବ।

ଧନୁ: ଆଶା ଭରସା ରଖି କର୍ମ ପଥରେ ଆଗକୁ ବଢ଼ି ଚାଲିବେ। ଭ୍ରାତୃଭାବ ଅତୁଟ ରହିବ। ମିଷ୍ଟଭାଷୀ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି। ଶୁଭ କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ସ୍ୱଭାମାନୀ ହେବେ। ଚିନ୍ତା ଦୂରେଇ ଯିବ।

ମକର: ପ୍ରତାରକମାନଙ୍କୁ ଉଚିତ ଶିକ୍ଷା ଦେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାରିବାରିକ ସୁଖ ମିଳିବ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିବାର ସମ୍ଭାବନା ଅଛି।

କୁମ୍ଭ: ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ସୁଖ୍ୟାତି ସମ୍ପନ୍ନ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମିଠାକଥା କହି ପରକୁ ଆପଣାର କରିପାରନ୍ତି। ବିଭାଗୀୟ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ଚିନ୍ତାଧାରା ମହତ ହେବ।

ମୀନ: ପରୋପକାରୀ ହେବେ। ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.