ରାଶିଫଳ

ଆଜିର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ନିଜର ଉନ୍ନତି ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ମୁଖରେ ହସ ଥିଲେ ବି ଚକ୍ଷୁପୀଡ଼ା ଅନୁଭବ କରିବେ।

ବୃଷ: ଅର୍ଥ ପ୍ରାପ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱୀତାରେ ଅବତୀର୍ଣ୍ଣ ହୋଇପାରନ୍ତି। ନୀରୋଗ ରହିବେ। ଆଶା ଫଳବତୀ ହେବ। ଯଥୋଚିତ ସମ୍ମାନ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି। ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରନ୍ତି।

ମିଥୁନ: ଦାନ-ଧର୍ମରେ ଦୀକ୍ଷିତ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିପାରନ୍ତି। ଯୁବକମାନଙ୍କୁ ପୂର୍ଣ୍ଣ ସୁଖ ମିଳୁ ଥିବାବେଳେ ବୟସ୍କମାନେ ଧୈର୍ଯ୍ୟବାନ୍‍ ହେବେ।

କର୍କଟ: ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ।

ସିଂହ: ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।

କନ୍ୟା: ବହୁ ପରିମାଣର ଭ୍ରମଣ କରିବାର ସୁଯୋଗ ଅଛି। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ଉପାଦେୟ ହେବ। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିରେ ପରିଚାଳିତ ହେବେ। ପାରିବାରିକ ସୁଖ ମିଳିବ।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶତ୍ରୁ ସହିତ ସଂଗ୍ରାମ ଚଳାଇ ପ୍ରଥମ ବାର ହାରି ଗଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଶତ୍ରୁର ବିନାଶ ଘଟାଇ ପାରନ୍ତି। ବଦଖର୍ଚ୍ଚୀ ହେବେ। ଜନ-ମଙ୍ଗଳକାରୀ କାର୍ଯ୍ୟରେ ଯୋଗ ଦେବେ।

ବିଛା: ଗୃହର ପରିବେଶ ଆନନ୍ଦ ଦାୟକ ହେବ। ମନ ପ୍ରସନ୍ନ ରହିବ। ହଠାତ୍‍ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସାହସର ସହ ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି। ଥଣ୍ଡା-କଫରେ ପୀଡ଼ିତ ହେବେ।

ଧନୁ: ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। କୃଷି କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେଇପାରନ୍ତି। ସରଳ ଓ ନିରାଡମ୍ବର ଜୀବନଯାପନ କରିପାରନ୍ତି। ପରୋପକାରୀ ହୋଇପାରନ୍ତି।

ମକର: ନିଜ ପାଇଁ ଆବଶ୍ୟକ ପଡୁଥିବା ଦ୍ରବ୍ୟ ସଂଗ୍ରହ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଯଶସ୍ୱୀ ହେବେ। ବିବାଦରେ ବିଜୟ ଲାଭ କରିବେ। ଭ୍ରାତୃ ଭାବ ଅତୁଟ ରହିବ। ପ୍ରତିଯୋଗିତାରେ ବିଜୟ ଲାଭ କରିବେ।

କୁମ୍ଭ: କର୍ମ ତତ୍ପର ହେବେ। ସମସ୍ୟାର ଆଶୁ ସମାଧାନ କରିବାର ଦକ୍ଷତା ପ୍ରତିପାଦନ କରିବେ। କାର୍ଯ୍ୟର ସଫଳ ରୂପାୟନ କରି କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଯେକୌଣସି ଦିଗରୁ ଧନାଗମ ହେବ।

ମୀନ: ରୋଜଗାର ଯଥେଷ୍ଟ ପରିମାଣର ହେବ। ବନ୍ଧୁ ସହାୟତା ମିଳିବ। ନୂଆବନ୍ଧୁ ଜୁଟି ପାରନ୍ତି। ଉତ୍ତମ ଭୋଜନ ମିଳିବ। ଶରୀର ସୁସ୍ଥ ରହିବେ। ଗୁଣଜ୍ଞ ହୋଇପାରନ୍ତି। ମହାନ୍‍ ଚିନ୍ତାଧାରା ନେଇ କାର୍ଯ୍ୟରେ ଆଗୁସାର ହେବେ। ଦାମ୍ପତ୍ୟ ସୁଖ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button