April 18, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।

ବୃଷ: ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।

କର୍କଟ: ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ସିଂହ: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।

କନ୍ୟା: ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।

ତୁଳା: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।

ବିଛା: ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।

ଧନୁ: ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।

ମକର: କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

କୁମ୍ଭ: ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।

ମୀନ: ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.