May 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଦୁର୍ଘଟଣାରୁ ଉଧୁରି ଯିବେ। ଶ୍ରମର ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସୁଖ ମିଳିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ନିର୍ଭରଶୀଳ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମର ସୂଚନା ମିଳୁଛି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ।

ମିଥୁନ: ଅର୍ଥାଭାବ ଦୂରେଇ ଯିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭେଜାନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବା ଆଶାକରାଯାଏ।

କର୍କଟ: ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ବ୍ୟୟାଧିକ ହୋଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ନୀତିନିଷ୍ଠ ହେବେ। ଜ୍ଞାନୀ ଓ ସାହସୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।

ସିଂହ: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଜ୍ୟେତିଷବିଦ୍ୟା ପ୍ରତି ରୁଚି ରହିବ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: କର୍ତ୍ତବ୍ୟ ପରାୟଣ ହେବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ତୁଳା: ସେବା-ପୂଜାରେ ନିୟୋଜିତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: ଦୂରଯାତ୍ରା କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ମୁକ୍ତା ଶୁଭ୍ର ପଦାର୍ଥର ଅଧିକାରୀ ହୋଇପାରନ୍ତି।

ଧନୁ: ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ମକର: ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖା ଦେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ହେବେ। ଶତ୍ରୁ ଦମନ କରିବାର କଳା ଓ କୌଶଳ ଆପଣଙ୍କ ଠାରେ ଅଛି। ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ।

କୁମ୍ଭ: କାର୍ଯ୍ୟରେ ଢ଼େର ଉନ୍ନତି ଘଟାଇ ପାରନ୍ତି। ଚିନ୍ତାମୁକ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଖୁସିରେ ରହିବେ।

ମୀନ: ଶତ୍ରୁ ବଳବାନ୍‍ ଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ହୋଇପାରନ୍ତି। ବୁଦ୍ଧିମାନ୍‍ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.