April 18, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଉପରିସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ମିଳିବ। ଆନନ୍ଦ-ଉଲ୍ଲାସରେ ସମୟ ବିତାଇ ପାରନ୍ତି। କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ। ଯାନବାହନ ଲାଭ ହୋଇପାରେ। ସୁଖ ଭୋଗ କରିବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ।

ବୃଷ: ସେବା-ପୂଜା ଆନନ୍ଦଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିପାରେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରନ୍ତି।

ମିଥୁନ: ସ୍ୱଇଚ୍ଛାରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେଲେ ବି ତାହା ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଅଧିକ ପରିଶ୍ରମ କରି ସ୍ୱଳ୍ପ ଲାଭ ମିଳିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ମିତ୍ର ସୁଖ ମିଳିବ।

କର୍କଟ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଉତ୍ତମ ଧରଣର ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ସିଂହ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ପ୍ରତାରିତ ହୋଇପାରନ୍ତି। ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ସୁୁଖ-ଶାନ୍ତି ଅବ୍ୟାହତ ରହିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମଉଜ ମଜଲିସରେ ଖର୍ଚ୍ଚ ପରିମାଣ ବୃଦ୍ଧି କରାଇ ପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ।

କନ୍ୟା: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କରିତ୍‍କର୍ମା ହେବେ। ମନରେ ସରସତା ଆସିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ନାନା ବିଧ ସମ୍ମାନର ଅଧିକାରୀ ହେବେ। ଗୁଣବାନ୍‍ ହେବେ। ପ୍ରସନ୍ନତା ଲାଭ କରିବେ।

ତୁଳା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକର୍ମରେ ନିୟୋଜିତ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନର ଅଧିକାରୀ ହେବେ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ। ମଉଜ୍‍ ମଜଲିସରେ ଦିନଟି ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ: ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବନ୍ଧୁମାନେ ଆଡହୋଇ ଯିବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମକର: ପିଲାଙ୍କ ପଢ଼ାପଢ଼ି ପାଇଁ ଯତ୍ନବାନ୍‍ ହେବେ। ବନ୍ଧୁମାନଙ୍କଠାରୁ ସମର୍ଥନ ଓ ସାହାଯ୍ୟ ପାଇ ଉପକୃତ ହେବେ। ପତ୍ନୀଙ୍କ ସହାୟତା ମିଳିବ। ବାଣିଜ-ବେପାର ସୁରୁଖୁରୁରେ ଚାଲିବ। ମନରେ ସେବାଭାବ ଜାଗ୍ରତ ହୋଇପାରେ।

କୁମ୍ଭ: ପୈତୃକ ସମ୍ପତ୍ତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ସୁସମାଧାନ ହେବ। ଆତ୍ମଗର୍ବ ପ୍ରଦର୍ଶନ କରିପାରନ୍ତି। ପାରିବାରିକ ଶାନ୍ତି ମିିଳିବ। ଦେବକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆଶ୍ୱସ୍ତ ହେବେ। ପ୍ରଚୁର ବିତ୍ତର ଅଧିକାରୀ ହେବେ। ଶତ୍ରୁ ଦମନ କରିବେ।

ମୀନ: ଅଜାଣତରେ କ୍ଷତି ସହିଲେ ବି ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ। ପରାମର୍ଶଦାତା ଶାସ୍ତ୍ରଜ୍ଞାତା ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.