ରାଶିଫଳ

ଆଜିର ରାଶିଫଳ

ମେଷ: ପରିସ୍ଥିତି ପାଇଁ ବାତାବରଣ ଅନୁକୂଳ ରହିଛି। ଉଚ୍ଚଆଶା ଫଳବତୀ ହେବ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ସାହସ ସଞ୍ଚୟ କରି କାର୍ଯ୍ୟରେ ଆଗେଇବେ। ବନ୍ଧୁ ସହାୟତା ପାଇ ସ୍ଥଗିତ କାର୍ଯ୍ୟରେ ଆଗେଇବେ।

ବୃଷ: ସୁସ୍ଥ ଓ ନୀରୋଗ ରହିପାରନ୍ତି। କେତେକ କାର୍ଯ୍ୟରେ ମୌନେ ସମ୍ମତିର ଲକ୍ଷଣ ହୋଇପାରେ। ପାରିବାରିକ ସୁଖ ମିଳିବ। ଧନ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ବଳବାନ୍‌ ହେଲେ ବି ପରାସ୍ତ ହେବ। ଭ୍ରାତୃ ଭାବ ଅତୁଟ ରହିବ। ସୁଖୀ ହେବେ।

ମିଥୁନ: ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍ତାନ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ। ଯାନବାହନ ସୁଖ ମିଳି ପାରେ। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। ଭାଷା ଶୈଳୀ ମଧୁମୟ ହେବ।

ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। ଆଶାବାଦୀ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ବିବାଦୀୟ ଘଟଣାର ଆଶୁ ସମାଧାନ ହେବ।

କନ୍ୟା: କୃଷିକ୍ଷେତର ଉନ୍ନତି ଘଟାଇ ପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ହସ ଖୁସିରେ ସମୟ ବିତାଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ।

ତୁଳା: ଆୟ ପରିମାଣ ବୃଦ୍ଧି ପାଇବ। ସରକାର କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା: ଭ୍ରାତୃ ବିବାଦର ଅବସାନ ଘଟିବ। କାର୍ଯ୍ୟରେ ବାଧା ଉପୁଜି ପାରେ। ଅନୁଗୃହୀତ ହୋଇପାରନ୍ତି। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବେ। ପାରିବାରିକ ଶାନ୍ତି ମିଳିବ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବେ। ଅମାୟିକ ବ୍ୟବହାର ଆପଣଙ୍କୁ ମହାନ୍‌ କରିବ।

ଧନୁ: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ସୁଖୀ ହେବେ। ସମ୍ମାନିତ ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ସରକାରଙ୍କ କୃପାରୁ ପ୍ରସନ୍ନତା ଲାଭ କରିବେ।

ମକର: ଲୋକପ୍ରିୟତା ବଢ଼ାଇ ପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ଅର୍ଥ ମିଳିପାରେ।

କୁମ୍ଭ: ଲାଗି ରହିଥିବା ବିବାଦୀୟ ଘଟଣାର ସୁ-ସମାଧାନ ହେବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ ଉପଭୋଗ କରିବେ। ଜନୈକା ମହିଳାଙ୍କ ସହାୟତା ପାଇବେ।

ମୀନ: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟରୁ ଲାଭପ୍ରାପ୍ତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button