March 22, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନିରବ ଚିନ୍ତକ ହୋଇପାରନ୍ତି। ଅଧ୍ୟୟନରତ ହେବାର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ଶୁଭ ଖବର ମିଳିବ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: ଅର୍ଥ ଉପାର୍ଜନ ଅତ୍ୟଧିକ ହେବ। ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ମନ୍ତ୍ରଣାଦାତା ହେବେ। ନ୍ୟାୟବାନ୍‌ ଓ ନିରପେକ୍ଷ ହେବେ।

ମିଥୁନ: ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି। ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ୍‌ ଚିନ୍ତକ ହେବେ। ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତି କମିବ। ସରକାରୀ ଲାଭ ମିଳିବ।

କର୍କଟ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କୌଣସି କାରଣରୁ ଭୟାତୁର ହୋଇପାରନ୍ତି। ବିଷାଦଗ୍ରସ୍ତ ହୋଇପାରନ୍ତି; ମାତ୍ର ନୀତିନିଷ୍ଠ ହେବେ। ଧନ ମିଳିବ। ଯାନ-ବାହନ ସୁଖ ମିଳିପାରେ। ବାକ୍ୟ ବିଶାରଦ ହେବା ଆଶାକରାଯାଏ।

ସିଂହ: ପରିସ୍ଥିତି ଉତ୍ସାହଜନକ ହେବ। ଆଶ୍ୱସ୍ତି ମିଳିବ। ଆୟ ଉତ୍ତମ ଧରଣର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ନିଜର ଅଧିକାର ପ୍ରତି ସଚେତନ ହେବେ। ବ୍ୟୟ ବୃଦ୍ଧି ଘଟିପାରେ। ବିବାଦରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ନିଜଲୋକେ ଦୂରେଇ ଯାଉଥିବା ଲୋକେ ସମ୍ମାନିତ କରିପାରନ୍ତି। ମଧୁର ବଚନରେ ପରକୁ ଆପଣାର କରିପାରନ୍ତି।

ତୁଳା: ସ୍ମରଣ ଶକ୍ତି ବୃଦ୍ଧି ହେବ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି।

ବିଛା: ଭ୍ରାତୃ ବିବାଦର ଅବସାନ ଘଟିବ। ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ଧନୁ: ଧର୍ମ ଭାବନା ଶାନ୍ତି ଦାୟକ ହେବ। ଲୋକ ସଂପର୍କ ବୃଦ୍ଧି ପାଇବ। କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର ଘଟାଇପାରନ୍ତି। ବିବାଦରେ ବିଜୟ ଲାଭ କରିବେ। ଭକ୍ତିଗାଥା ଶୁଣିବେ।

ମକର: ସତର୍କ ନ ରହିଲେ ବିପଦରେ ପଡ଼ିବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ର ସଫଳ ଓ ଉତ୍ସାହଜନକ ହେବ। ଶୁଭକାର୍ଯ୍ୟ କରଣୀୟ। ଆନନ୍ଦ ଉପଭୋଗ କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।

ମୀନ: ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ସୁଖୀ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ କରିପାରନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.