May 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। କେବଳ ଚକ୍ଷୁ ଯନ୍ତ୍ରଣା ବ୍ୟତୀତ ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି।

ବୃଷ: ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନ ଲାଭର ସୂଚନା ମିଳୁଛି।ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।

ମିଥୁନ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଧର୍ମରେ ନିଜକୁ ନିୟୋଜିତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟକ୍ତି ବିଶେଷ ଭାବେ ସମ୍ମାନଷ୍ପଦ ହେବେ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଉଦ୍ୟମ ଜାରି ରଖିବେ। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି।

କର୍କଟ: ଯେତେ ପ୍ରରିଶ୍ରମ ପଡ଼ିଲେ ବି କାର୍ଯ୍ୟ ଉତ୍ତମ ରୂପେ ସମ୍ପାଦନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ସିଂହ: ଦୂର ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସ. ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରସୁଖ ଲାଭ କରିବେ। ଦାମ୍ପତ୍ୟ ଜୀବନକୁ ସୁଖୀ କରାଇ ପାରନ୍ତି।

କନ୍ୟା: ଦକ୍ଷତାର ଉପଯୋଗ କରିପାରନ୍ତି। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି। ଯୁଦ୍ଧ ବା ମାଲି ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ କରିପାରନ୍ତି। ପ୍ରୀତିଭୋଜନ ଓ ଦାମ୍ପତ୍ୟ ସୁଖ ମିଳିବ।

ତୁଳା: ଉପୁଜିଥିବା ସଙ୍କଟର ମୁକାବିଲା କରିବେ। ବ୍ୟୟ ପରିମାଣ ଅଧିକ ହେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିବେ। ମଧୁରଭାଷୀ ହେବେ। ରାଜଯୋଗ ଅଛି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ହେବେ।

ବିଛା: ଅଶାନ୍ତିର ଅବସାନ ଘଟିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ।

ଧନୁ: ପ୍ରିୟ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ। ସୁଖ, ସମ୍ମାନ ଲାଭ କରିପାରନ୍ତି। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ।

ମକର: ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ ହେବେ। ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

କୁମ୍ଭ: ପ୍ରିୟ ବ୍ୟକ୍ତିଙ୍କ ସହିତ ଭୁଲ ବୁଝାମଣାରୁ ମତାନ୍ତର ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରି ପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରର ଶାସନଡୋରି ଆପଣଙ୍କ ହାତରେ ରହିବ।

ମୀନ: ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ବେଳେବେଳେ ମନରେ ଅହଂଭାବ ଆସିପାରେ। ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଅଧୀନ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.