May 18, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଅଶ୍ୱିନୀ ଓ ଦ୍ଵିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆବଶ୍ୟକ ପଡୁଥିବା ସହୟତା ମିଳିବ; ତଥାପି ଅର୍ଥ ସଙ୍କଟ ଦେଖା ଦେଇପାରେ। ଦାୟିତ୍ଵବାନ୍‌ ହେବେ। ବିଦ୍ୟାର୍ଜନ କରିପାରିବେ। ଧାର୍ମିକ ପ୍ରବର ହେବେ। ସୁଖ ପଦ-ପଦବୀ ମିଳିବ।

ବୃଷ: ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବହୁ ଶୁଭଫଳ ମିଳିପାରେ। ପ୍ରାଧାନ୍ୟ ବିସ୍ତାର କରିବେ। ସୁଖୀ ହେବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। କୃତ୍ତିକା ଓ ମୃଗଶିରା ସାମାନ୍ୟ ଶୁଭ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଚେଷ୍ଟା ଶୁଭପ୍ରଦ ହେବ। ବିନୟ ଭାବ ପ୍ରକାଶ କରି ଜନସାଧାରଣଙ୍କ ସ୍ନେହର ପାତ୍ର ହେବେ। କୃଷି ବଳରେ ବଳୀୟାନ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଫୁର୍ତ୍ତି ରହିବ। ଶ୍ରୀ ଚନ୍ଦ୍ର ଭୋଗ ହେଉ ଥିବାରୁ ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳର ଅଧିକାରୀ ହେବେ।

ସିଂହ: ମଘା ଓ ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ପାଇଁ ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି। ଖର୍ଚ୍ଚାନ୍ତ ହେବେ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ମଧୁର କଥା କହି ବିରୋଧୀମାନଙ୍କୁ ବଶ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।

କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ବ୍ୟବସାୟ ଲାଭଜନକ ହେବ। ତେଜୀୟାନ୍‌ ହେବେ। ନୀତୀନିଷ୍ଠ ହେବେ। ସତ୍ୟାନୁରକ୍ତ ହୋଇପାରନ୍ତି। ଉପକାରୀ ବନ୍ଧୁଙ୍କ ସାନ୍ନିଧ୍ୟ ପାଇବେ। ଜ୍ଞାନୀ ହୋଇପାରନ୍ତି। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।

ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ସମାଚାର ପାଇ ଖୁସି ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି, ପରୋପକାରୀ ହେବେ। ମନରେ ଆନନ୍ଦ ଉଲ୍ଲାସ ଭରି ରହିବ। ସୁସ୍ଥ ଓ ନିରାମୟ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍ମାର୍ଗୀ ହେବେ। ପୁଣ୍ୟ ଅର୍ଜନ କରିବେ। ଶାସ୍ତ୍ରଜ୍ଞ ହେବେ। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ।

ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଅଟକି ଥିବା କାର୍ଯ୍ୟରେ ଆଗେଇବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହେବେ। ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ବନ୍ଧୁଙ୍କ ସହଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।

କୁମ୍ଭ: ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଅତିଥି ସତ୍କାର ପାଇଁ ତତ୍ପର ରହିବେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ନୀତିନିଷ୍ଠ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଅର୍ଥପ୍ରାପ୍ତ ହେବେ। ଶତ୍ରୁ ବିଜୟୀ ହେବେ। ଧନିଷ୍ଠା ଓ ପୂର୍ବ ଭାଦ୍ର ନକ୍ଷତ୍ରର ସାମାନ୍ୟ ଫଳ।

ମୀନ: ଉତ୍ତରା ଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ମୂଲ୍ୟବାନ୍‌ ଦ୍ରବ୍ୟ ମିଳିପାରେ। ଉଦାସ ସ୍ବଭାବର ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.