ଆଜିର ରାଶିଫଳ
1 min read
ମେଷ: ବିପଦକୁ ସାମନା କରି କୃତକାର୍ଯ୍ୟ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଧର୍ମପରାୟଣ ହୋଇପାରନ୍ତି। କଥାର ଶୈଳୀ ଶୃତି ମଧୁର ହେବ। ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଭାଗ୍ୟଶାଳୀ ହେବେ। ବିଦ୍ୟାପ୍ରେମୀ ହେବେ। ମଉଜ-ମଜଲିସ୍ରେ ସମୟ ଅତିବାହିତ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। ସହିଷ୍ଣୁ ହୋଇପାରନ୍ତି। ତ୍ୟାଗ-ପୂତ ମନୋଭାବ ଗ୍ରହଣ କରିବେ।
ମିଥୁନ: ଶିକ୍ଷା ପ୍ରତି ଆକୃଷ୍ଟ ହୋଇପାରନ୍ତି। ଆଶାବାଦୀ ହେବେ। ଗୁଣବାନ୍ ହେବେ। ପ୍ରୀତି ଭୋଜନ ମିଳିପାରେ। ଲାଗି ରହିଥିବା ବିବାଦୀୟ ଘଟଣାରୁ ଫାଇଦା ଉଠାଇବା ପୂର୍ବକ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାମୁଖୀ ହେବେ।
କର୍କଟ: ଚଞ୍ଚଳ ସ୍ବଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଅପରାହ୍ଣରୁ ପଞ୍ଚ ଗ୍ରହକୂଟର ପ୍ରଭାବ ଥାଇ ମଧ୍ୟ, ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ସବୁ ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ରାତ୍ରି ଭୋଜନ ତୃପ୍ତିକର ହେବ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: କ୍ଷଣିକ ପାଇଁ ମନ ବ୍ୟସ୍ତ, ବିବ୍ରତ ରହିବ। ଯାତ୍ରା ମାର୍ଗ ଉନ୍ମୁକ୍ତ। ଆଜି ଦିନଟି ହେଉଛି ଆପଣଙ୍କ ପାଇଁ ମଙ୍ଗଳକାରୀ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ରାଜକୃପା ଲାଭ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଲୋକାଦୃତ ହେବେ।
କନ୍ୟା: କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଆୟ ଆଶାନୁରୂପ ହେବ। ରାଜକୃପା ଲାଭ କରିବା ସହିତ ଲକ୍ଷ୍ମୀ ବରଦାୟିକା ହୋଇଛନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। କୀର୍ତ୍ତିମାନ୍ ହୋଇପାରନ୍ତି। ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ।
ତୁଳା: ପ୍ରଭାବ ବିସ୍ତାର କରି ମନସ୍କାମନା ପୂରଣ କରିପାରନ୍ତି। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସୁଖ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ଥ ଓ ନୀରୋଗ ରହିବେ। ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହେବେ।
ବିଛା: ଗୃହ କାର୍ଯ୍ୟ ଆନନ୍ଦଦାୟକ ହେବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କାହାରି ପାଖରେ ମଥାନତ ନ କରି ସ୍ୱାଭିମାନୀର ପରିଚୟ ସୃଷ୍ଟି କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭାଂଶ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପୂର୍ବାହ୍ଣରେ ସତର୍କ ହେବେ।
ଧନୁ: ମୂଲ୍ୟବାନ ଦ୍ରବ୍ୟ ମିଳିବାର ସୁଯୋଗ ଜୁଟିଛି। ସେବାକୁ ଆଦରି ନେଇପାରନ୍ତି। ଶାନ୍ତ ଓ ମଧୁରଭାଷୀ ଭାବେ ଲୋକଦୃତ ହେବେ। ପ୍ରତ୍ୟେକ କାର୍ଯ୍ୟ ସରସ-ସୁନ୍ଦର ହୋଇପାରେ। ବିଭାଗୀୟ ଅର୍ଥ ମିଳିପାରେ। ମନରେ ଅହଂଭାବ ଆସିବ। ସୁଖ ମିଳିବ।
ମକର: ପୂର୍ବାହ୍ଣରେ ଅପ୍ରିୟ ପରିସ୍ଥିତିରେ ପଡ଼ି ଥିଲେ ମଧ୍ୟ ଅପରାହ୍ଣରେ ସୁଧାର ଆସିବ। ବିଭିନ୍ନ ସହଯୋଗର ହାତ ଲମ୍ବି ଆସିବ। ସୁସ୍ଥ ଓ ନିରାମୟ ରହିବେ। ବଳ, କଳ, କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।
କୁମ୍ଭ: ମନରେ ଭକ୍ତି ଭାବନା ରହିବ। ବହୁ ଅନୁଗତଙ୍କ ସାନ୍ନିଧ୍ୟ ପାଇ ଗର୍ବିତ ହୋଇପାରନ୍ତି। ଚେଷ୍ଟା ନ କରି ମଧ୍ୟ ଅଚାନକ ଭାବେ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଚଞ୍ଚଳମନା ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ।
ମୀନ: ଅଜାଣତରେ କ୍ଷତି ସହି ପାରନ୍ତି। କଲା କର୍ମ ପାଇଁ ଅନୁତପ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ବିଶେଷ ଦୃଷ୍ଟି ଦେଇପାରନ୍ତି। ଦାନ ଦେଇ ଆତ୍ମତୃପ୍ତି ଲାଭ କରିବେ। ଉତ୍ତମ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ବୁଦ୍ଧିମତ୍ତାର ପରିଚୟ ଦେବେ।