ରାଶିଫଳ

ଆଜିର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‍ କରିପାରେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ବିଚାର ବିମର୍ଶରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି। କର୍ମ ଚଞ୍ଚଳ ପ୍ରକାଶ ପାଇବ।

ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଯତ୍ନବାନ ନ ହେଲେ ଦ୍ରବ୍ୟ ନଷ୍ଟ ହୋଇପାରେ। କୃଷି କର୍ମରେ ତତ୍ପର ହେବେ। ଯାନବାହାନ ସୁଖ ମିଳିପାରେ। ସୁଖଭୋଗ କରିବେ। ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ରହିବ।

କର୍କଟ: ନିଜ କର୍ମ କୁଶଳତା ପାଇଁ ସନ୍ତୁଷ୍ଟ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଗୁରୁ ଗୁରୁଜନଙ୍କ ସ୍ନେହ ସହାନୁଭୂତି ମିଳିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ।

ସିଂହ: ମନ ସଦା ସର୍ବଦା ପ୍ରଫୁଲ୍ଲ ରହିବ। ନିରବ ଚିନ୍ତନ ମାର୍ଗଦର୍ଶକ ହୋଇପାରେ। କର୍ମ ପ୍ରବଣତା ପ୍ରକାଶ ପାଇବ। ପାରିବାରିକ ସୁଖ ଅବ୍ୟାହତ ରହିବ। ଈର୍ଷା ପରାୟଣ ହୋଇ ନିଜ ଲୋକମାନେ ଦାଉ ସାଧିବାକୁ ଚେଷ୍ଟା କରିବେ।

କନ୍ୟା: ଅର୍ଥ ଲାଭ ସହିତ ପ୍ରୀତି ଲାଭ ହୋଇପାରେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ମହତ ହେବ।

ତୁଳା: ମନରେ ଅଶାନ୍ତି ଦେଖା ଦେଇପାରେ। ମନରେ ଅହଂଭାବ ପୋଷଣ କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ଚୁପ୍‍ ରହିବା ଭଲ। ମିଷ୍ଟଭାଷୀ ହୋଇ ଆଦର ଲାଭ କରିବେ। ଚକ୍ଷୁପୀଡ଼ା ଦେଖା ଦେବ।

ବିଛା: ଶୁଭ ସମ୍ବାଦ ପାଇ ଅପାର ଆନନ୍ଦ ଲାଭ କରିବେ। ମନସ୍କାମନାପୂର୍ଣ୍ଣ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଭଲ ରୋଜଗାର ହେବ। ସରକାରୀ ଅର୍ଥ ମିଳିବ।

ଧନୁ: ସୁଖ ସମ୍ମାନ ଲାଭ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସହଜ ସୁଲଭ ହେବ। ଭାଗ୍ୟୋଦୟର ସୂଚନା ମିଳୁଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ। ପାରିବାରିକ ସମସ୍ୟାର ସମାଧାନ ହେବ। ସରକାରୀ ଧନ ମିଳି ପାରେ।

ମକର: କାର୍ଯ୍ୟ ଶୃଙ୍ଖଳିତ ହେବ। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଆନନ୍ଦ ଉପଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖଦାୟକ ହେବ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।

କୁମ୍ଭ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦୁଶ୍ଚିନ୍ତା ଦୂର ହେବ। ଦାୟିତ୍ୱରେ ଥିବା କାର୍ଯ୍ୟର ସିଦ୍ଧାନ୍ତରେ ଉପନୀତ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ମୀନ: ଦିନକ ଭିତରେ ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆନୁଷ୍ଠାନ୍ତିକ କାର୍ଯ୍ୟରେ ସଫଳତା ଲାଭ କରିବେ। ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳାଇ ପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button