March 27, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଇଚ୍ଛା ବିରୁଦ୍ଧରେ ମୋହବତ୍‍ରେ ପଡ଼ି କାର୍ଯ୍ୟ କରିବେ। ପରଚର୍ଚ୍ଚା କରିପାରନ୍ତି। କର୍ମକ୍ଷେତ୍ରକୁ ଶାନ୍ତିମୟ କରିପାରନ୍ତି। ବିଭିନ୍ନସ୍ତରରୁ ସାହାଯ୍ୟ ମିଳିବ। ସନ୍ତାନ-ସନ୍ତତି ଲାଭର ସୂଚନା ମିଳୁଛି। ପରଧନରେ ଧନୀ ହେବା ଆଶାକରାଯାଏ।

ବୃଷ: ପରିବାରରେ ବିଶୃଙ୍ଖଳା ଘଟିପାରେ। ଧର୍ମ ପ୍ରିୟ ହେବେ। ପାଣ୍ଡିତ୍ୟ ପ୍ରମାଣ ଦେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ହାସ୍ୟ ମୁଖ ହେବେ। ଯୁବତୀ ପ୍ରିୟ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ହେବେ।

ମିଥୁନ: ପରିବାରର ଲୋକେ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ସକଳ ଗୁଣଯୁକ୍ତ ଓ ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି।

କର୍କଟ: ବିଦ୍ୟାର୍ଥୀମାନେ ଆନନ୍ଦ ଅନୁଭବ କରିପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ବହୁ ଶୁଭଫଳ ଆଶାକରାଯାଏ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ, ଚଞ୍ଚଳମନା, ହୃଷ୍ଟ ଚିତ୍ତ, ଅତି ସୁଖୀ ଓ କୀର୍ତ୍ତିମାନ୍‍ ହେବେ।

ସିଂହ: ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

କନ୍ୟା: ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମିଠାକଥା କହି ପର ଆପଣାର କରିପାରନ୍ତି। ଭ୍ରାତୃସ୍ନେହ ଅତୁଟ ରହିବ। ପ୍ରତିଯୋଗିିତାରେ ବିଜୟୀ ହେବେ।

ତୁଳା: ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ଆନନ୍ଦ ଅନୁଭବ କରିବେ। ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ସରକାରୀ କୃପା ଲାଭ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କରିତ୍‌କର୍ମା ହେବେ।

ବିଛା: ମୂଲ୍ୟବାନ୍‌ ଧାତୁ ପଦାର୍ଥ ମିଳିପାରେ। କର୍ମ ଚଞ୍ଚଳ ରହିବେ। କାର୍ଯ୍ୟ ତ୍ଵରାନ୍ୱିତ କରିପାରନ୍ତି। ପ୍ରତିଶ୍ରୁତି ପାଳନ କରିବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ସରକାରୀସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ସତ୍ତ୍ବ, ସନ୍ତୋଷ ମିଳିପାରେ।

ଧନୁ: ସଦା-ସର୍ବଦା ମନ ପ୍ରଫୁଲ୍ଲ ରହିବ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ପୂରଣ ହେବ। ସମ୍ମାନିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବା ଆଶାକରାଯାଏ।

ମକର: ଶୁଭବାର୍ତ୍ତା ମିଳିପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର, ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଦେହମନରେ କ୍ଳେଶ ଉପୁଜି ପାରେ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଯାନବାହନ ଚଳାଚଳରେ ଉଚ୍ଚସ୍ଥାନ ଆରୋହଣ ନିଷେଧ।

କୁମ୍ଭ: ସବୁବେଳେ ମନ ଓ ହୃଦୟ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବନ୍ଧୁଙ୍କ ପରାମର୍ଶ ଉପାଦେୟ ହେବ। କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ଵଭାବର ହୋଇପାରନ୍ତି।

ମୀନ: ଦ୍ରବ୍ୟ ହାନି ଘଟିପାରେ। ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବାକ୍‌ପଟୁତା ଆପଣଙ୍କୁ ସାମୟିକ ଭାବେ ଉଚ୍ଚାସନ କରି​‌ବେ । ମନ ଉଲ୍ଲାସିତ ହୋଇପାରେ। ସମାଜିକ ସ୍ତରରେ ଆଦର ମିଳିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.