ଆଜିର ରାଶିଫଳ
1 min read
ମେଷ : ନିଜ ରାଶିକୁ ଚନ୍ଦ୍ର ସଙ୍ଗରେ ଶୁକ୍ରଙ୍କୁ ନେଇ ଅବଲୋକନ କରୁଥିବାରୁ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁମିଳନ ଅବଶ୍ୟ ଘଟିବ। ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶୀକ୍ଷଣ ତିଷ୍ଠି ରହିବ ନାହିଁ । କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି ସାମୟିକ ବ୍ୟସ୍ତତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଗୃହ ଭୂମି ସମ୍ପର୍କୀୟ ଆଲୋଚନା ପ୍ରାୟତଃ ଅନୁକୂଳ ରହିବ।
ବୃଷ : କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବା ସହ ନୂତନ ମିତ୍ରତା ସୃଷ୍ଟି ହେବ ା କିନ୍ତୁ କର୍ମାଧିପ ଅଷ୍ଟମସ୍ଥ ହେତୁ କାର୍ଯ୍ୟହାନୀ କାରଣରୁ ମନରେ ସରସତା ରହି ନ ପାରେ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ସୁଯୋଗ ପାଇଲେ ମଧ୍ୟ ତାହାର ସଦୁପଯୋଗ କରିବା କଷ୍ଟକର ହୋଇପାରେ। ଶିଳ୍ପ ଓ ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ : ଶୁକ୍ରଙ୍କ ନକ୍ଷତ୍ରରେ ମଙ୍ଗଳ ରହିଥିବାରୁ କାର୍ଯ୍ୟ ହାସଲ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ। ଆନୁଷ୍ଠାନିକ କାମ କିମ୍ବା ଆଲୋଚନା ପରିସରରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି।
କର୍କଟ : ଚନ୍ଦ୍ର ସହ ଶୁକ୍ରଙ୍କ ସମ୍ବନ୍ଧ ରହିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ବିଳାସବ୍ୟସନ ଦିଗକୁ ମନ ଢଳିପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟୟ ଅଟଳଳ କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ।
ସିଂହ : ବ୍ୟୟାଧିପ ଚନ୍ଦ୍ର ଷଷ୍ଠଭାବରେ ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇପାରନ୍ତି। ରାଶିପ୍ରତି ରବିଙ୍କ ଦୃଷ୍ଟି ସ୍ବାସ୍ଥ୍ୟୋନ୍ନତି, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆଶାକୁ ପୂରଣ ହୋଇପାରିବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ଆଇନ, ଜମିଜମା କାରବାର କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ।
କନ୍ୟା : ଦେବଗୁରୁ ଧର୍ମଭାବକୁ ଅବଲୋକନ କରି ଧର୍ମକାର୍ଯ୍ୟ, ତିର୍ଥାଟନ ସକାଶେ ମାର୍ଗ ଉନ୍ମୁକ୍ତ କରିପାରନ୍ତି। କିନ୍ତୁ ସ୍ବସ୍ଥାନ ହନ୍ତା ବୃହସ୍ପତି ଭ୍ରାତୃ ସମ୍ପର୍କ ହାନୀ,ପଡୋଶୀଙ୍କ ସହ କଳହ, ଏବଂ କୌଣସି ଦୁଃସାହସିକ କାମ କରିବାରେ ପଶ୍ଚାଦ୍ପଦ ହୋଇପାରନ୍ତି। କର୍ମକ୍ଷେତ୍ରରେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ।
ତୁଳା : ମଙ୍ଗଳ ଓ ବୃହସ୍ପତି ଧନସ୍ଥାନକୁ ପ୍ରଭାବିତ କରୁଥିବାରୁ ଅର୍ଥଲାଭର ସୁଯୋଗ । ସଭାସମିତିରେ ଯୁକ୍ତିତର୍କ ମାଧ୍ୟମରେ ନିଜର ମତ ସାବ୍ୟସ୍ତ କରିବାରେ ସଫଳ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ଧାର ସୂତ୍ରରେ ଅର୍ଥ ପାଇବେ। ଗଣତନ୍ତ୍ରର ଗ୍ରହ ଶନି ସାଂଗଠନିକ ସ୍ତରରେ, ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ କରାଇପାରନ୍ତି।
ବିଛା : ଚନ୍ଦ୍ରଙ୍କ ଏକଦଶସ୍ଥ ବୃହସ୍ପତି ଆପଣଙ୍କ ଆଶା ଓ କାମନାକୁ ପୂରଣ କରିବାର ମନୋବଳ ଦୃଢୀଭୂତ କରିବ। କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିକୁ ସୁଧାରି ନେଇପାରନ୍ତି। ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିବାର ସୂଚନା ରହିଛି।
ଧନୁ : ପଡୋଶୀମାନେ ସ୍ନେହ, ସୈାଜନ୍ୟତା ଦେଖାଇ ନିଜର କରିବାକୁ ଚେଷ୍ଟା କରିପାରନ୍ତି। ମୁଖଭାବରେ ଚନ୍ଦ୍ର ଓ ଶୁକ୍ର ଆପଣଙ୍କୁ ଅର୍ଥ, ମିଷ୍ଟାନ୍ନଭୋଜନ, ବସ୍ତ୍ରଭୂହଣାଦି ପ୍ରଦାନ କରିବାର ପରିବେଶ ସୃଷ୍ଟିକରିବେ। ରାଶ୍ୟାଧିପତି ଦ୍ୱାଦଶସ୍ଥ ହେତୁ ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ପଡିପାରେ। କୌଣସି କାରଣରୁ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ।
ମକର : କୌଣସି ଶୁଭଖବର,ଅଭିଳାଷ ପୂରଣର ସୂଚନା ମନକୁ ଖୁସୀ କରାଇଦେଇପାରେ। ସ୍ବଗୃହୀ ମଙ୍ଗଳ ଆପଣଙ୍କୁ ମାଙ୍ଗଳିକ କାମ, ଆନୁଷ୍ଠାନିକ ସହ ଯୋଗ, କାର୍ଯ୍ୟସିଦ୍ଧି ହେତୁକ ଶୁଭଫଳ ପ୍ରଦାନ କରିବ। ଶନିଙ୍କ ଦୃଷ୍ଟି ରବିଙ୍କ ଉପରେ ପତିତ ହେଉଥିବାରୁ ଯେକୌଣସି ପରିସ୍ଥିତିକୁ ସୁଧାରି ନେଇପାରିବେ। ବନ୍ଧୁମାନଙ୍କ ଅନୁରୋଧରେ ଜନହିତକର କାଯର୍ୟରେ ନିଜକୁ ଲିପ୍ତ ରଖିପାରନ୍ତି।
କୁମ୍ଭ : କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ସ୍ଥିତିରେ ପଦାର୍ପଣ କରିପାରନ୍ତି। ସରକାରୀ ସହାୟତା, ଉପରିସ୍ଥଙ୍କ ଅନୁକମ୍ପା ସ୍ଥଗିତ କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅତୀତକୁ ଧରିବସିଲେ ଏହି ସମୟର ସୁବିଧା ସୁଯୋଗକୁ ହରାଇବାକୁ ପଡିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାର ସୁଯୋଗ ମିଳିବ।
ମୀନ : କେନ୍ଦ୍ରାଧିପ ବୁଧ ରାଶିରେ ବନ୍ଧୁ କିମ୍ବା ଆତ୍ମୀୟ ମାନଙ୍କ ସହଯୋଗରେ କାର୍ଯ୍ୟ ହାସଲ କରାଇବ। ରାଶ୍ୟାଧିପ ପାପଗ୍ରହ ମଧ୍ୟସ୍ଥ ହେତୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ଆଇନ ବିଭାଗର ଗ୍ରହ ଶନି କର୍ମସ୍ଥାନରେ କଚେରୀ ମାମଲାରେ ସଫଳତା ପ୍ରଦାନ କରିବେ କିନ୍ତୁ ପାରିବାରିକ ଅଶାନ୍ତିର କାରଣ ହୋଇପାରନ୍ତି।