ରାଶିଫଳ

ଆଜିର ରାଶିଫଳ

ମେଷ : ନବମ ଭାବରେ ଶନି ସହ ଚନ୍ଦ୍ରଙ୍କ ସମ୍ବନ୍ଧ ବନ୍ଧୁଙ୍କ କାର୍ଯ୍ୟକୁ ସନ୍ଦେହଯୁକ୍ତ କରାଇବ। ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ବୃହସ୍ପତିଙ୍କ ସୁଦୃଷ୍ଟି ଆପଣଙ୍କ ଅର୍ଥନୀତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ସଭାସମିତିର ସୁବିଚାର ଦିଗରେ ସାହାଯ୍ୟ କରିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ।

ବୃଷ : ତୃତୀୟସ୍ଥ ରାହୁ ରିଷ୍ଟ ଖଣ୍ଡନକାରକ ହେଲେ ମଧ୍ୟ ନିଜର ସହଜାତ ଗୁଣଧର୍ମାନୁଯାୟୀ ବନ୍ଧୁ ମାଧ୍ୟମରେ କର୍ମକ୍ଷେତ୍ରକୁ ହଲଚଲ କରିପାରନ୍ତି। ଅଫିସର କାର୍ଯ୍ୟବ୍ୟସ୍ତତା ଯୋଗୁ ଘରୋଇ କାମ ଗୁଡିକ ବାଧାପ୍ରାପ୍ତ ହେବ। କଳା, କ୍ରୀଡା, ସଙ୍ଗୀତ ଓ ଶିଳ୍ପ,ବାଣିଜ୍ୟ,ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।

ମିଥୁନ : ସବୁ କିଛି ଠିକ୍‌ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟର ବିବାଦୀୟ ସ୍ଥିତି ସଫଳତାକୁ ସ୍ଥଗିତ ରଖି ଦେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ଆର୍ଥିକ,ପାରିବାରିକ ଓ ଆନୁଷ୍ଠାନିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହିବନାହିଁ। କିନ୍ତୁ ମୃଗଶିରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟହାସଲରେ ସମର୍ଥ ହେବେ।

କର୍କଟ : ମନ ଯେମିତି ଚାହୁଁଛି ତଦନୁଯାୟୀ କାମଗୁଡିକ ନ ହୋଇପାରେ। କୌଣସି ବିଜାତୀୟ ବ୍ୟକ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେଇପାରନ୍ତି। ରୋଗସ୍ଥାନରେ ଶନି ଓ ଚନ୍ଦ୍ର ଯୋଗୁ ଦୈହିକ ଦୁର୍ବଳତା ମନୋବଳକୁ କମାଇଦେବ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ପରିସ୍ଥିତିକୁ ସମ୍ଭାଳି ନେବାରେ ମୁଖ୍ୟ ଭୂମିକା ସାଜିପାରେ।

ସିଂହ : ପାପଗ୍ରହ ଯୁକ୍ତ ଶୁକ୍ର ଯୋଗୁ ଉପରିସ୍ଥ କର୍ମଚାରୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ବ୍ୟବସାୟ କ୍ଷେତ୍ରରୁ ଅଶଂଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ପରିସ୍ଥିତିରେ ପଡ଼ି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।

କନ୍ୟା : ଦୀର୍ଘ ଦିନର ଆଶା ପୂରଣ ହେବା ଦିଗରେ ସହକର୍ମୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କର୍ମସସ୍ଥାନ ପାଇଁ ମନ ବଳାଇ ପାରନ୍ତି। ଭାଇଙ୍କ ଆରୋଗ୍ୟଲାଭ ପାଇଁ ଦେବାର୍ଚ୍ଚନା କରିବା ସକାଶେ ମନ ବଳାଇପାରନ୍ତି। ଆର୍ଥିକ,ସାମାଜିକ ଓ ରାଜନୈତିକ ପତିଆରା ବୃଦ୍ଧି ପାଇବା ସମ୍ଭାବନା ରହିଛି।

ତୁଳା : ଧନସ୍ଥାନସ୍ଥ ଶୁଭଗ୍ରହ କାରଣରୁ ଅର୍ଥ ଓ ସମ୍ମାନ ପାଇବା ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇ ଖୁସୀ ହେବେ। କିନ୍ତୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। କର୍ମକ୍ଷେତ୍ରରେ କିମ୍ବା ଆଲୋଚନା ପରିସରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସହକର୍ମୀ ମାନଙ୍କ ସାହାଯ୍ୟ ଓ ସହାନୁଭୂତିରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।

ବିଛା : ମୁଖଭାବରେ ଶନି ଚନ୍ଦ୍ର ଥିବା ଯୋଗୁ ମନରେ ଭାବୁଥିବା କଥାଟି ପ୍ରକାଶ କରିବାରେ ପଛେଇଯିବେ। ଫଳତଃ ପାଇବା ସକାଶେ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହୋଇଯାଇପାରେ। ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ନୂତନ ଯୋଜନା ତଥା ବାଣିଜ୍ୟ,ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।

ଧନୁ : ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଉପକାର ମିଳିବ। ଆପଣଙ୍କ ପ୍ରତିଷ୍ଠାକୁ ସହ୍ୟ କରି ନ ପାରି ନିଜ ଲୋକମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ପାରିବାରିକ, ବ୍ୟବସାୟିକ କ୍ଷେତ୍ର ଓ ନିର୍ମାଣଧୀନ କାମ, ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ପାଇଁ ସମୟଟି ଅନୁକୂଳ ରହିବ।

ମକର : ସମ୍ପର୍କୀୟମାନଙ୍କ ସହଯାତ୍ରୀ ଭାବରେ ଆଜିର ସକାଳ ଯାତ୍ରା ବେଶ୍‌ ପ୍ରତିପ୍ରଦ ରହିବ। ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବା ଦିଗରେ ସ୍ତ୍ରୀଙ୍କ ଆନ୍ତରିକ ଚେଷ୍ଟା ଅନୁକରଣୀୟ। କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଅଫିସ୍‌ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କିଛି କହି ନପାରିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।

କୁମ୍ଭ : ସରକାରୀ ସ୍ତରରୁ ଆଶା କରିଥିବା ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା, ବାଣିଜ୍ୟ, ଲେଖାପଢା, କଳା ସାହିତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗିତ କରିବେ।

ମୀନ : ଅତୀତର ଅନାଲୋଚିତ ଘଟଣାବଳୀ ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟରେ ମନାନ୍ତର ସୃଷ୍ଟି ହୋଇପାରେ। କୌଣସି କାମରେ ଅଧୈର୍ଯ୍ୟ ନହୋଇ ସମୟକୁ ଅପେକ୍ଷା କରନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ। ସଭାସମିତିରେ ନୂତନ ଯୋଜନା ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button