April 1, 2023

ଆଜିର ରାଶିଫଳ

1 min read
Aajira-Odisha

ମେଷ : ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସ୍ବଗୃହୀ ମଙ୍ଗଳ ଆପଣଙ୍କୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇବେ। ଆତ୍ମୀୟ ମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ । ଶୁକ୍ରଙ୍କ ପ୍ରଭାବରେ ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ ଶିଥିଳତା ପରିଲକ୍ଷିତ ହେବ। ନୂତନ ଗୃହପୋକରଣ କ୍ରୟ କରିପାରନ୍ତି।

ବୃଷ : ଗୁରୁ କ୍ଷେତ୍ରସ୍ଥ ବୁଧଙ୍କ ଶୁଭଦୃଷ୍ଟିରୁ ସମ୍ପର୍କୀୟମାନେ ପ୍ରଫୁଲ୍ଲତାର ସହ ଆପଣଙ୍କ କାମରେ ସାହାଯ୍ୟ, ସହଯୋଗ କରିବେ। ପରିବାରରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ।

ମିଥୁନ : ଅଷ୍ଟମସ୍ଥ ପାପଗ୍ରହ ଯୁକ୍ତ ଶୁକ୍ର ସମ୍ପର୍କହାନୀ,ସନ୍ତାନ ହେତୁକ ସମସ୍ୟା ଓ ଚିନ୍ତାଧାରାର ବୈଷମ୍ୟତା ସୃଷ୍ଟିକରିବ। ନୂତନ କର୍ମସସ୍ଥାନ ପାଇଁ ମନ ବଳିବ। ଅର୍ଥପ୍ରାପ୍ତିର ଲାଳସା ନେଇ ସହକର୍ମୀ ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟ, ପରିବହନ, ଶିଳ୍ପ, କାରିଗରୀ ତଥା ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।

କର୍କଟ : ଯେକୌଣସି ପରିସ୍ଥିତିର ସାମ୍‌ନା କରିବାର ଧୈର୍ଯ୍ୟ ଓ କୈାଶଳ ଅକ୍ଷୁଣ୍ଣ ରହିବ। ଦୀର୍ଘଦିନର ଆଶା ଫଳବତୀ ହୋଇ ପାରିବ ଆବଶ୍ୟକତାନୁସାରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଅଫିସ୍‌ ସମ୍ବନ୍ଧୀୟ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ରାହୁଙ୍କ ପ୍ରଭାବ ଜନିତ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମର ସୂଚନା ରହିଛି।

ସିଂହ : କର୍ମଜଞ୍ଜାଳର ଗୁରୁତ୍ୱ ଦୃଷ୍ଟିରୁ ବ୍ୟସ୍ତତା ଅନୁଭବ କରିବେ। ଆଗାମୀ କାର୍ଯ୍ୟ ସକାଶେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ମନୋବଳ ବୃଦ୍ଧି ପାଇବ। ବୁଧ ଓ ଶୁକ୍ରଙ୍କ ପ୍ରଭାବରେ କଳା, ସାହିତ୍ୟ, ସାମ୍ବାଦିକତାକୁ ନେଇ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। କେତେକ ଘରୋଇ କାମ ସକାଶେ ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।

କନ୍ୟା : ଗ୍ରହସ୍ଥିତିର ଅନୁକୂଳତା ସାମଗ୍ରୀ କାର୍ଯ୍ୟ ସାଧନରେ ସଫଳତା ପ୍ରାଦନ କରିବେ। ପାରିବାରିକ ସ୍ତରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ଶନିଙ୍କ ଷଷ୍ଠଭାବକୁ ଦୃଷ୍ଟି ପ୍ରଦାନ କାରଣରୁ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ସହକର୍ମୀଙ୍କୁ ସନ୍ଦେହ କରିପାରନ୍ତି।

ତୁଳା : ମଙ୍ଗଳଙ୍କ ଦୃଷ୍ଟି ମାନସିକ ଉତ୍ତେଜନା ସୃଷ୍ଟିକଲେ ମଧ୍ୟ ମୁଖଭାବରେ ଚନ୍ଦ୍ର ଓ ବୃହସ୍ପତି ଭାରସାମ୍ୟତା ରକ୍ଷା କରିବେ। ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁମିଳନ ସଙ୍ଗକୁ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ। ଶୁଣା କଥାରେ ପ୍ରଭାବିତ ହୋଇ ଭୂଲ ମାର୍ଗ ଅନୁସରଣ କରିପାରନ୍ତି। ସରକାରୀ ଦପ୍ତରରୁ କୌଣସି ଖବର ମନକୁ ଖୁସୀ କରାଇଦେଇପାରେ।

ବିଛା : କର୍ମାଧିପତି ଶନିଙ୍କ କ୍ଷେତ୍ରରେ ରହି ବିଳମ୍ବିତ ସମୟରେ କାମ ହାସଲ କରାଇବେ। କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ। ଜମିଜମା କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ରହିଥଲେହେଁ ରାଶ୍ୟାଧିପ ମଙ୍ଗଳ ଏହିଦିଗରେ ଆନୁସଙ୍ଗିକ ସାହାଯ୍ୟ କରିବେ। ଆପଣଙ୍କ ଉନ୍ନତ ଚିନ୍ତାଧାରାନୁଯାୟୀ ଯୋଜନାଟି ଫଳପ୍ରଦ ହୋଇପାରିବ।

ଧନୁ : ଅଷ୍ଟମାଧିପ ବୁଧ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସ୍ଥିରତା ଓ କାର୍ଯ୍ୟହାନୀର ବାର୍ତାବହ ହୋଇପାରନ୍ତି। ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ମାନସିକ ଉତ୍ତେଜନା ସୃଷ୍ଟିକରାଇ କାର୍ଯ୍ୟକ୍ଷେତ୍ରରେ ଅନର୍ଥ ସୃଷ୍ଟି କରିପାରନ୍ତି। ସ୍ଵାସ୍ଥ୍ୟ କ୍ରମଶଃ ବିଗିଡି ଯାଉଥିବାରୁ ସେଥିପ୍ରତି ଧ୍ୟାନ ରଖିବା ଜରୁରୀ ହୋଇପଡିବ। ପରିବହନରେ ଝଗଡାଝାଟିର ସମସ୍ୟା ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସମଧାନ ହୋଇଯିବ।

ମକର : ଏକାଦଶ ଭାବରୁ ଅଷ୍ଟମାଧିପତି ଚନ୍ଦ୍ରଙ୍କ ଦୃଷ୍ଟି ବିଚାରଧାରାକୁ ପ୍ରଭାବିତ କରିଦେବ। ଫଳତଃ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ଉପୁଜିପାରେ। ପାରିବାରିକ ସ୍ଥିତିରେ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇପାରନ୍ତି। ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇବାର ସୂଚନା ଦେଖାଯାଏ।

କୁମ୍ଭ : ଗୁରୁ ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି ଜନିତ ବିଭିନ୍ନ ପ୍ରକାରର ସମସ୍ୟା ବିଜଡିତ ହୋଇ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ। ପାରିବାରିକ ଖର୍ଚ୍ଚର ଭରଣା ସକାଶେ ଧାରକରଜ କରିବାକୁ ପଡିପାରେ। ବ୍ୟକ୍ତିଗତ କ୍ଷେତ୍ରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ସଭାସମିତିରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।

ମୀନ : ସ୍ଵରାଶିପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ସମସ୍ୟା ସମାଧାନ ଓ ଫଳପ୍ରଦ ଆଲୋଚନା ପାଇଁ ଖୋରାକି ଯୋଗଇପାରେ। ଶୁକ୍ରଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରିବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ହଠାତ୍‌ ବିରାଧୀ ମନୋବୃତ୍ତି ନେଇ ସକ୍ରିୟ ହୋଇପାରନ୍ତି। ସବୁ କ୍ଷେତ୍ରରେ ଶୁଣାକଥାକୁ ଗୁରୁତ୍ୱ ଦେବା ଠିକ୍‌ ହେବନାହିଁ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.