March 17, 2023

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ଦେବଗୁରୁଙ୍କ ଦୃଷ୍ଟିରେ ବୁଧ ଆପଣଙ୍କ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ କରାଇବ। କର୍ମକ୍ଷେତ୍ରରେ ମଧ୍ୟ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଅବଶ୍ୟ ସାମାନ୍ୟ କଥାରେ ପରିବାରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେକୈାଣସି ଆଲୋଚନା ସମୟରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି ।

ବୃଷ : ଉଚ୍ଚାରୋହୀ ଶୁକ୍ର ସ୍ଵାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କଲେ ମଧ୍ୟ ଥଣ୍ଡା କିମ୍ବା କଫ, କାଶରେ ପୀଡିତ ହୋଇପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି।

ମିଥୁନ : ରାହୁଙ୍କ ପ୍ରଭାବରେ ସତର୍କତା ଅଭାବରୁ ଅର୍ଥହାନୀ କିମ୍ବା ତତ୍‌ ସମ୍ପର୍କୀୟ ସମସ୍ୟାରେ ଚିନ୍ତିତ ରହିପାରନ୍ତି। ପଡୋଶୀଙ୍କ ପରାମର୍ଶରେ ମାନସିକ ଦ୍ୱନ୍ଦ୍ୱର ଅବସାନ ସଙ୍ଗକୁ ଅଭିଳଷିତ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ। ଆନୁଷ୍ଠାନିକ କାମରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ା ଯାତ୍ରା କାଳରେ ଅନ୍ୟମନସ୍କ ହେତୁକ କୈାଣସି ବ୍ୟତିକ୍ରମ ସୃଷ୍ଟି ହୋଇପାରେ।

କର୍କଟ : ସ୍ଵଗୃହୀ କର୍ମାଧିପ ଅଅପଣଙ୍କ ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସକାଶେ ମଙ୍ଗଳ ପ୍ରଦାୟକ ହେବେ। ଆଶା ପୂରଣ ହେବା ସହ ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବେ। ଆଲୋଚନା କ୍ଷେତ୍ରରେ ଭାବପ୍ରବଣ ବଶତଃ ଓଲଟା କଥା କହି ଅପଦସ୍ତ ହୋଇପାରନ୍ତି। ନିର୍ମାଣ କାର୍ଯ୍ୟରେ ମନ୍ଥରତା ଚିନ୍ତା ବୃଦ୍ଧି କରିବ।

ସିଂହ : ଆଜିର ଗ୍ରହସ୍ଥିତି ଅନୁକୂଳ ଥିବାରୁ ଯେଉଁ କାମରେ ହାତ ଦେବେ ତାହା ନିଶ୍ଚିତ ପୂର୍ଣ୍ଣାଙ୍ଗ ହୋଇପାରିବ। କିନ୍ତୁ ଶନିଙ୍କ ପ୍ରଭାବରେ ପଛବୁଦ୍ଧିଆ ଭଳି କାମ କରି ପଶ୍ଚାନ୍ତେ ଅନୁତାପ କରିପାରନ୍ତି। ଆବଶ୍ୟକତା ଅନୁଯାୟୀ ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ବ୍ୟବସାୟରେ ଲାଭ ପରିମାଣ କୈାଣସି ପ୍ରକାରେ ଊଣା ହେବ ନାହିଁ

କନ୍ୟା : ଚନ୍ଦ୍ର ଓ ଗୁରୁଙ୍କ ପ୍ରଭାବରେ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବାରେ କୈାଣସି ଅସୁବିଧା ରହିବ ନାହିଁ। ସଭାସମିତି,ପ୍ରକାଶନ, ରଚନାମତ୍କ କାର୍ଯ୍ୟ,ଯୋଗଯୋଗ ତଥା ଏଜେନ୍ସିପରୁ ଖୂସି ରହିବେ। ସରକାରୀ ସ୍ତରରୁ ଅଚାନକ ଭାବରେ ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।

ତୁଳା : କର୍ମକ୍ଷେତ୍ର କିମ୍ବା ପରିବାରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହୋଇପାରିବ। ଋଣ ପରିଶୋଧର ଲକ୍ଷ୍ୟ ନେଇ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସମ୍ଭାବନା ରହିଛି । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

ବିଛା : ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ସଙ୍ଗକୁ ଅନ୍ୟାନ୍ୟଗ୍ରହଙ୍କ ଶୁଭ ସଂସ୍ଥାନ ଆପଣଙ୍କ ଆଶା ଓ ଅଭିଳାଷକୁ ଅବଶ୍ୟ ପୂରଣ କରିବ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବେଶିକ କୁପ୍ରଭାବରୁ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ସୂଚନା ରହିଛି। ଦାମ୍ପତ୍ୟ ଜୀବନରେ ବୃଥା ସନ୍ଦେହ ଅଶାନ୍ତିର କାରଣ ପାଲଟିଯାଇପାରେ।

ଧନୁ : ଦ୍ୱିତୀୟସ୍ଥ ଶୁକ୍ର ପ୍ରଭାବରେ ମନ ବୁଝତ୍ଲାଭଳି କଥା କହି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ। ସରଳବିଶ୍ୱାସ କରି କୈାଣସି ଅଜଣା ଅଶୁଣା ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇ ପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ପାଇଁ ଅବୁକୂଳ ବାତାବରଣ ସୃଷ୍ଟିହେବ।

ମକର : ଆଜିର ଦିନଟି ବହୁତ ବଢିଆ ରହିବା ସଙ୍ଗକୁ ବନ୍ଧୁଙ୍କ ସହ ମନଖୋଲା କଥା ଓ ଅଭିଳାଷ ପୂରଣର ଦୃଢ ପ୍ରତିଶ୍ରୁତିରୁ ଖୁସୀ ରହିବେ। ଶନିଙ୍କ ପ୍ରଭାବରେ କାମରେ ଆଳସ୍ୟ ଅବହେଳା କଲେ ସୁଯୋଗ ହରାଇବା ସଙ୍ଗକୁ ମନସ୍ତାପ କରିପାରନ୍ତି। ଅଯଥା କାମରେ ସମୟର ଅପଚୟ ନ କରି କୈାଣସି ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଓ ଯୋଜନା ପାଇଁ ପ୍ରସ୍ତୁତି କରିବା ଭଲ ହେବ।

କୁମ୍ଭ : ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ବିନା କାରଣରେ ଅଶାନ୍ତି ସୃଷ୍ଟି ହେବାର ସୂଚନାକୁ ଦୃଢୀଭୂତ କରିବ। ସ୍ବାସ୍ଥ୍ୟହାନୀ ହେତୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଶେୟାରବଜାର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି।

ମୀନ : ନିଜ ନିଜର ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟାର କୁପରିଣାମ ଭୋଗ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ଖଳ ଲୋକ ମାନଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି। ନିର୍ମାଣକୁ କେନ୍ଦ୍ରକରି ଜମିଜମା ବିବାଦର ସମାଧାନରେ ବନ୍ଧୁ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.